ଏବେ ଦୁଇ ଦିନ ପାଗ ଶୁଖିଲା, ୧୦ରୁ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ

ଦୁଇ ଦିନ ପାଗ ଶୁଖିଲା, ୧୦ରୁ ବର୍ଷା । ପରବର୍ତ୍ତୀ ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଇପାରେ । ୧୦ରୁ ୧୨ ତାରିଖ ମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଦିନ ପାଗ ଶୁଖିଲା, ୧୦ରୁ ବର୍ଷା। ପରବର୍ତ୍ତୀ ଦୁଇ ଦିନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଇପାରେ । ୧୦ରୁ ୧୨ ତାରିଖ ମଧ୍ୟରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୦ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡା, ମୟୁରଭଞ୍ଜରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ୧୧ରେ ବର୍ଷାର ପରିମାଣ ଟିକେ ବଢିବ । ୧୨ରୁ ୧୩ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ ।

ସେପଟେ ଉଭୟ ଦିନ ଓ ରାତି ତାପମାତ୍ରା ବଢ଼ିବାରେ ଲାଗିଛି। ଗତକାଲି ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା । ପାରଳାଖେମୁଣ୍ଡିରେ ସବୁଠୁ ଅଧିକ ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଦିନ ସମୟରେ ବାୟୁମଣ୍ଡଳ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରବାହିତ ହେଉଛି ।  ଫଳରେ ରାତିର ତାପମାତ୍ର ଅଧିକ ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.