ନିଆଁରେ ପୋଡି ପାଉଁଶ ହୋଇଗଲା କୋଟିଏ ଟଙ୍କାର ଅଣ୍ଡା, ମୟୂରଭଞ୍ଜ ଭେନ୍କୋ କୁକୁଡ଼ା ଗବେଷଣା ଫାର୍ମରେ ଅଗ୍ନିକାଣ୍ଡ

ମୟୂରଭଞ୍ଜ(କେନ୍ୟୁଜ୍) : ଭେନ୍କୋ କୁକୁଡ଼ା ଗବେଷଣା ଫାର୍ମରେ ଅଗ୍ନିକାଣ୍ଡ। ମୟୂରଭଞ୍ଜ ସ୍ଥିତ ରାସଗୋବିନ୍ଦପୁର ଥାନା ଛାତନ ସ୍ଥିତ କୁକୁଡ଼ା ଗବେଷଣା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। କୁକୁଡ଼ା ଫାର୍ମର ଅଣ୍ଡାରୁ ଚିଆଁ ତିଆରି ହେଉଥିବା ୟୁନିଟ୍ରେ ନିଆଁ ଲାଗିଥିଲା। ୟୁନିଟ୍ ଭିତରେ ଥିବା ଅଣ୍ଡା ଓ ଅଣ୍ଡାରୁ କୁକୁଡ଼ା ଚିଆଁ ତିଆରି ହେଉଥିବା ୬ଟି ମେସିନ୍ ଅଗ୍ନିକାଣ୍ଡରେ ପୋଡିଯାଇଛି। କୋଟିଏ ଟଙ୍କାରୁ ଅଧିକ ଟଙ୍କାର ଅଣ୍ଡା ନିଆଁରେ ପୋଡି ପାଉଁଶ ହୋଇଯାଇଛି। ଦୁଇଟି ଦମକଳ କେନ୍ଦ୍ରର କର୍ମଚାରୀ ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଏହି ନିଆଁକୁ ଆୟତ୍ତ କରିଛନ୍ତି।