ଖ୍ରୀଷ୍ଟମାସରେ ଫ୍ଲାଇଟ ଆଟେଡାଣ୍ଟ ଝିଅକୁ ମିଳିଲାନି ଛୁଟି, ତେବେ ବାପା କଲେ କିଛି ଏମିତି…

ଆମେରିକାର ଫ୍ଲୋରିଡାରେ ଫ୍ଲାଇଟ ଆଟେଡାଣ୍ଟ ଝିଅକୁ ଛୁଟି ନମିଳିବାରୁ ବାପା ୬ ଟି ଫ୍ଲାଇଟ ଟିକେଟ ବୁକ କରିନେଷଲ। ସେ ଚାହୁଁଥିଲେ କି ତାଙ୍କ ଝିଅ ମନ ଦୁଃଖ ନକରୁ। ଫ୍ଲାଇଟ ଆଟେଡାଣ୍ଟଙ୍କ ନାମ ପିୟର୍ସ ୱାନ ଅଟେ। ସେ ଡେଲ୍ଟା ଫ୍ଲାଇଟରେ କାମ କରନ୍ତି। ଖ୍ରୀଷ୍ଟମାସରେ ଯାତ୍ରୀଙ୍କ ଭିଡ କାରଣରୁ ତାଙ୍କୁ ଛୁଟି ମିଳିନଥିଲା। ତାଙ୍କ ବାପା ହାଲ ୱାନଙ୍କୁ ଏହି କଥାର ସୂଚନା ମିଳିବା ପରେ ସେ ତାଙ୍କ ଝିଅ ସହିତ ଫ୍ଲାଇଟରେ ହିଁ ଖ୍ରୀଷ୍ଟମାସ ସେଲିବ୍ରେଟ କରିବାକୁ ନିଷ୍ପତ୍ତି ନେଲେ।

air linesଝିଅର ଡ୍ୟୁଟି ସମୟରେ ୱାନ ତାଙ୍କ ସହିତ ରହିଲେ। ସେ ଏଥିପାଇଁ ୬ଟି ଫ୍ଲାଇଟ ଟିକେଟ କିଣିଲେ। ଏହି ଖବରକୁ ଡେଲ୍ଟା ଏୟାର ଲାଇନ୍ସର ଯାତ୍ରୀ ମାଇକ୍ ଲେଭି ସୋସିଆଲ ମିଡିଆରେ ଶେୟାର କଲେ। ଲେଭି ସୋସିଆଲ ମିଡିଆରେ ଏହାକୁ ସେୟାର କରି କହିଛନ୍ତି ହାଲ ଜଣେ ବହୁତ ଭଲ ବାପା ଅଟନ୍ତି। ସେ କହିଲେ ମୋତେ ଏହି ଫଟୋକୁ ସେୟାର କରି ବହତୁ ଖୁସି ଲାଗୁଛି। ମୋର ପାଖ ସିଟରେ ବସିଥିବା ହାଲ ୱାନଙ୍କ ଝିଅ ପିୟର୍ସ ମୋ ଫ୍ଲାଇଟର ଆଟେଡାଣ୍ଟ ଅଟନ୍ତି। ତାଙ୍କୁ ଖ୍ରୀଷ୍ଟମାସରେ ଛୁଟି ମିଳିନଥିଲା। ତାଙ୍କ ବାପା ତାଙ୍କ ପାଇଁ ଦୁଇ ଦିନ ଫ୍ଲାଇଟରେ ରହି ପୂରା ଦେଶର ଭ୍ରମଣ କଲେ।

28xp-flights-articleLargeପିୟର୍ସଙ୍କ କହିବାନୁଯାୟୀ ସବୁ ବର୍ଷ ତାଙ୍କୁ ଖ୍ରୀଷ୍ଟମାସରେ ଛୁଟି ମିଳେ, ସେ ସବୁବର୍ଷ ତାଙ୍କ ଘରେ ହିଁ ଖ୍ରୀଷ୍ଟମାସ ସେଲିବ୍ରେଟ କରନ୍ତି। ଏହି ବର୍ଷ ଏମିତି ପ୍ରଥମ ଥର ହେଲା ଯେ ମୋ ବାପା ମୋ ସହିତ ଫ୍ଲାଇଟରେ ଯାତ୍ରା କରୁଛନ୍ତି। ମୁଁ ଏହି ବର୍ଷ ଘରେ ଖ୍ରୀଷ୍ଟମାସରେ ଘରେ ନଥିବା କାରଣରୁ ମୋ ବାପା ମୋ ପାଖକୁ ଚାଲି ଆସିଥିଲେ। ମା’ ଘରେ ହିଁ ଥିଲେ। ମୋ ପାଇଁ ଏହି ଖ୍ରୀଷ୍ଟମାସ କୌଣସି ଚମତ୍କାର ଠାରୁ ବି କମ୍ ନୁହେଁ।

ଡେଲ୍ଟା ଏୟାର ଲାଇନ୍ସ ମଧ୍ୟ ବାପା ଏବଂ ଝିଅଙ୍କର ଏହି ଭଲପାଇବାକୁ ଦେଖି କହିଲେ ଆମେ ଛୁଟିରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ଧନ୍ୟବାଦ ଏବଂ ପ୍ରଶଂସା ଜଣାଉଛୁ। ବାପାଙ୍କର ଝିଅ ପାଇଁ ଏହି ପ୍ରେମ ବହୁତ ପ୍ରଶଂସନୀୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.