Below header

ଆସନ୍ତାକାଲି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଦେବନୀତି ହେବ କି ନାହିଁ, ପାଞ୍ଜି କଣ କହୁଛି

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଓଡ଼ିଶା ସମେତ ସମଗ୍ର ଭାରତ ଓ ବିଶ୍ୱର ଅନେକ ଦେଶରେ ଦେଖାଯିବ ଚନ୍ଦ୍ର ଗ୍ରହଣ । ଶୁକ୍ରବାର ରାତି ୧୦ଟା ୩୭ ମିନିଟ୍‌ରୁ ୧୧ ତାରିଖ ଭୋର୍‌ ୨ଟା ୪୨ ମିନିଟ୍‌ରେ ସର୍ବ ମୋକ୍ଷ ହେବ ।ପ୍ରାୟ ୪ ଘଣ୍ଟା ଧରି ଆକାଶରେ ଚାଲିବ ଏହି ମହାଜାଗତିକ ଘଟଣା । ଆକାଶ ମେଘମୁକ୍ତ ରହିଲେ ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ ।  ଏହି  ଚନ୍ଦ୍ର ଗ୍ରହଣକୁ ନେଇ ଦେବ ନୀତିରେ କୌଣସି ପରିବର୍ତନ ହେବା ନେଇ ସୂଚନା ନାହିଁ। ଏହା ଛାୟ ନୁହେଁ ଉପଛାୟା ଯୋଗୁଁ ହେଉଥିବାରୁ ଚନ୍ଦ୍ର ମଳିନ ଦେଖାଯିବେ। ତେବେ ପାଳନ ଅନାବଶ୍ୟକ ବୋଲି ବିଭିନ୍ନ ପାଞ୍ଜିରେ ଉଲ୍ଲେଖ ରହିଛି ।ଏବର୍ଷ ୪ଟି ଚନ୍ଦ୍ର ଗ୍ରହଣ ଓ ଦୁଇଟି ସ୍ୱର୍ଯ୍ୟ ପରାଗ ଦେଖାଯିବ  ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.