Below header

ଯାଜପୁର: ନୀଳାଚଳ ଘରୋଇକରଣକୁ ବିରୋଧ, ଆସନ୍ତାକାଲି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ମିଳିତ ଟ୍ରେଡ୍ ୟୁନିୟନ୍

ଯାଜପୁର ରୋଡ(କେନ୍ୟୁଜ୍): ନୀଳାଚଳ ଗତି କୁଆଡେ। ଆଗକୁ କଣ। ନୂଆ ଅଂଶୀଦାର କିଏ ହେବ। ଘରୋଇ ସଂସ୍ଥା ହାତାକୁ ଯିବ କି। କେନ୍ଦ୍ର ସରକାରୀ ଉଦ୍ୟୋଗର ପୁଞ୍ଜି ପ୍ରତ୍ୟାହାର ନେଇ ନିଷ୍ପତ୍ତି ପରେ ଚିନ୍ତାରେ ଶ୍ରମିକ। ଏଠାରେ କାମ କରୁଛନ୍ତି ପ୍ରାୟ ୩ ହଜାର ଶ୍ରମିକ ଓ କର୍ମଚାରୀ। ପରୋକ୍ଷରେ ଶିଳ୍ପ ସହ ଜଡିତ ୧୦ ହଜାର। ସେମାନଙ୍କ ମଧ୍ୟରେ ଭାଳେଣି ପଡିଛି। ଦାବି କରିଛନ୍ତି, ସରକାରୀ ଉଦ୍ୟୋଗ ହିଁ ଅଂଶୀଦାର ରୁହନ୍ତୁ। ଚେତାବନୀ ଦେଇଛନ୍ତି, ଘରୋଇକରଣ ହେଲେ ଦୃଢ଼ ବିରୋଧ କରାଯିବ।

trade union

୫ଶହ ଏକର ଜମିରେ ରହିଛି ନୀଳାଚଳ ଇସ୍ପାତ। କାରଖାନାରେ ବ୍ୟବହାର ପାଇଁ ୮୨୪ ହେକ୍ଟର ଲୁହା ଖଣି ରହିଛି। ତଥାପି ୨୦୧୨ରୁ କ୍ରମାଗତ ଭାବରେ କ୍ଷତିରେ ଚାଲୁଛି ନୀଳାଚଳ ଇସ୍ପାତ। ରାଜ୍ୟ ଶିଳ୍ପ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାରଙ୍କ ସହମତିରେ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ହୋଇଛି। ଯିଏ ବି ନୀଳାଚଳକୁ ଲାଭଦାୟକ କରିପାରିବ ତାକୁ ସ୍ୱାଗତ କରାଯିବ। ଏହାସହ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ବିଚାର କରାଯିବ।

trade union 1

ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର କରିବେ MMTC, NMDC, MECON, BHEL ଭଳି ସରକାରୀ ଉଦ୍ୟୋଗ । ଏହି ୪ଟି ଉଦ୍ୟୋଗର ଅଂଶଧନ ୬୧.୨୪ ପ୍ରତିଶତ। ତେବେ କେତେ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ନୂଆ ନିଲାମୀ ଜରିଆରେ ନୂଆ ଅଂଶୀଦାର ସାମିଲ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.