Below header

ଜାଣନ୍ତୁ ଆଜିର ଭାଗ୍ୟ !

mesha

ମେଷ : ପରିଶ୍ରମ ଅନୁସାରେ ଫଳ ମିଳି ନ ପାରେ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହନ୍ତୁ। ଲିଖନ କାର୍ଯ୍ୟରେ ରୁଚି ରହିବ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି।

brushaବୃଷ : ଭାବିଥିବା କାମ ପୂରା ହେବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ।

mithunaମିଥୁନ : ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ଉଧାର ଟଙ୍କା ଫେରିପାଇବେ। ବ୍ୟବାସାୟୀଙ୍କ ଲାଗି ଦିନଟି ଶୁଭ।

karkataକର୍କଟ : ଲାଗିରହିଥିବା ସମସ୍ୟା ସମାଧାନ ହୋଇପାରେ। ଅଫିସ କାମରେ ଦୂର ଯାତ୍ରା। ପ୍ରେମ ସମ୍ବନ୍ଧରେ ଗଭୀରତା ବଢ଼ିବ।

singhaସିଂହ : ଦିନଟି ଆପଣଙ୍କ କ୍ୟାରିଅର ଲାଗି ଅଧିକ ଶୁଭ। କୌଣସି ଆର୍ଥିକ ମାମଲାର ସମାଧାନ ହେବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ।

kanyaକନ୍ୟା : ସ୍ଥଗିତ କାମ ଆଗକୁ ବଢ଼ିବ। ବନ୍ଧୁଙ୍କ ଠାରୁ ସହଯୋଗ ମିଳିବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ।

tulaaତୁଳା : ଧାର୍ମିକ କାର୍ଯ୍ୟରେ ରୁଚି। ଦୀର୍ଘ ଦିନର ଆଶା ପୂରଣ ହେବ। ଅଫିସରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

bichhaବିଛା : ସକରାତ୍ମକ ଭାବନା ବଢ଼ିବ। ବନ୍ଧୁଙ୍କ ସହିତ କୌଣସି ବିଷୟରେ ଆଲୋଚନା କରିବେ। ନୂଆ କାମ କରିବା ଦିଗରେ ଆଗ୍ରହ ବଢ଼ିବ।

dhanuଧନୁ : ଅନ୍ୟ ସହରରେ ବ୍ୟବସାୟ ବଢ଼ାଇବାକୁ ଯୋଜନା କରିବେ। ମିତ୍ରଙ୍କ ସାହାଯ୍ୟ ପାଇବେ। ଗଣମାଧୢମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ପରିବାରରେ ଖୁସି ବଢ଼ିବ।

makaraମକର : ନିଜକୁ ସତେଜ ଅନୁଭବ କରିବେ। ନିଜ ବିବେକକୁ ଅଧିକ ଗୁରୁତ୍ବଦେବେ। ବନ୍ଧୁଙ୍କ ସହିତ ରାତ୍ରିଭୋଜନ କରିପାରନ୍ତି।

kumbhaକୁମ୍ଭ : କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ। କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ଅଫିସରେ ନୂଆ ଦାୟିତ୍ବକୁ ଭଲ ଭାବରେ ନିର୍ବାହ କରିବେ।

minaମୀନ :ମାନ-ସମ୍ମାନ ବଢ଼ିବ। ଆପଣଙ୍କ ଇଚ୍ଛାକୁ ଅନ୍ୟମାନେ ସମ୍ମତି ଜଣାଇବେ। ରାଜନୀତିରେ ନିଜର ଆଶା ପୂରା ହେବ। ଅଫିସ କାମ‌ରେ ପ୍ରଶଂସିତ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.