ଆଜିଠୁ ରାଜ୍ୟକୁ ପୁଣି ଲେଉଟିବ ଜାଡ଼, ଆସନ୍ତା ୧୨ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଜିଠୁ ରାଜ୍ୟକୁ ପୁଣି ଲେଉଟିବ ଜାଡ଼ । ରାତିରେ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ କମିବ । ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ହ୍ରାସ ସମ୍ଭାବନା ରହିଛି । ଫଳରେ ଅଧିକ ଶୀତ ଅନୁଭୂତ ହେବ । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼ ଓ ବଲାଙ୍ଗିର ଜିଲ୍ଲାରେ କିଛି ସ୍ଥାନରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ସୃଷ୍ଟି ହେବ । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସମ୍ଭାବନା ନଥିବାରୁ ଶୀତ ବଢ଼ିବ । ଆସନ୍ତା ୧୨ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.