ଡାଗୱେଲରେ ପଡି ବନ କର୍ମଚାରୀଙ୍କ ମୃତ୍ୟୁ, ଘଟଣାର ପ୍ରକୃତ ସତ୍ୟ ଖୋଜୁଛି ପୋଲିସ୍

ଉଦଳା(କେନ୍ୟୁଜ୍): ନିଜ ଡ୍ୟୁଟି ସାରି ଖାଇସାରି ଶୋଇଥିଲେ। ହେଲେ ହଠାତ ରାତି ଅଧରେ ଜଣାପଡଇଲା ସେ ଡାଗୱେଲରେ ପଡି ଯାଇ ଜୀବନ  ହାରିଛନ୍ତି। ଏଭଳି ଘଟଣା ଘଟିଛି ଶରତ ଥାନା ନୋଟ ଅଞ୍ଚଳରେ। ନୋଟ ସେକ୍ସନରେ କାର୍ଯ୍ଯରତ ସବୁଜ ବାହିନୀ କର୍ମଚାରୀ ଅଜୟ ଦାସ।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସେ ଡାଗୱେଲରେ ପଡି ଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ।ଏହା ପରେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।, ଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶରତ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଖାଇ ସାରି ଶୋଇଥିବା ଅଜୟ ଡାଗୱେଲ ନିକଟକୁ ଗଲେ କିପରି? ଏହା ଏକ ଦୁର୍ଘଟଣା ନା ଆଉ କିଛି? ତାହାର ଖୋଳତାଡ଼ କରୁଛି ପୋଲିସ୍।