Below header

ଜୟପୁର : ପରିତ୍ୟକ୍ତ ସରକାରୀ କୋଠା ଭୁଶୁଡ଼ିବାରୁ ଗୋଟିଏ ପରିବାରର ଚାରି ଜଣ ଗୁରୁତର

ଜୟପୁର : ପରିତ୍ୟକ୍ତ ସରକାରୀ କୋଠା ଭୁଶୁଡ଼ିବାରୁ ଗୋଟିଏ ପରିବାରର ଚାରି ଜଣ ଗୁରୁତର। ଜୟପୁର ବ୍ଲକ ବାରିଣିପୁଟରେ ଘଟିଛି ଅଭାବନୀୟ ଘଟଣା। ବାରିଣୀପୁଟ ଜଗନ୍ନାଥ ମନ୍ଦିର ଆଗରେ ଥିବା ଜଳସମ୍ପଦ ବିଭାଗର ପରିତ୍ୟକ୍ତ ଘରଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଘର ଭିତରୁ ଇଟା ବାହାର କରୁଥିବା ବେଳେ ଚାରିଜଣଙ୍କ ଉପରେ ମାଡ଼ି ବସିଥିଲା ଘର। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍‌।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଉଦ୍ଧାରକାର୍ଯ୍ୟ । ଉଦ୍ଧାର କାର୍ଯ୍ୟରେ ଜେସିବିକୁ ବ୍ୟବହାର କରି ଭଗ୍ନାବଶେଷ ହଟାଇବାର ପ୍ରାୟ ୨ଘଣ୍ଟା ପରେ ପ୍ରଥମେ ସୂର୍ଯ୍ୟମଣି ଓ ତାଙ୍କ ଝିଅ ରଶ୍ମି ଓ ପୁଅକୁ ଉଦ୍ଧାର କରାଯାଇଥିଲା। ୫ଘଣ୍ଟା ପରେ ରାଶେଲ ଖରାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ରାଶେଲ, ସୂର୍ଯ୍ୟମଣି ଓ ରଶ୍ମିଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣକୁ ଜୟପୁର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.