Below header

ଖୋର୍ଦ୍ଧା: ଗାୟକରତ୍ନ ପ୍ରଭାତ କୁମାର ସାହୁଙ୍କ ପରଲୋକ, ସ୍ଥାନୀୟଅଞ୍ଚଳରେ ଶୋକର ଛାୟା

ଖୋର୍ଦ୍ଧା(କେନ୍ୟୁଜ୍): ଓଡିଶାର ପାଲା ଜଗତର ଅନନ୍ୟ ପ୍ରତିଭାବାନ ଗାୟକ ରତ୍ନ ଗାୟକ ଛାନ୍ଦ ବିଭୂଷଣ ପ୍ରଭାତ କୁମାର ସାହୁଙ୍କ ପରଲୋକ ହୋଇଛି।ଖୋର୍ଦ୍ଧା ବଘେଇଟାଙ୍ଗି ସ୍ଥିତବାସଭବନରେ ୫୦ ବର୍ଷ ବୟସରେ ତାଙ୍କ ବିୟୋଗ ହୋଇଛି। ତାଙ୍କ ପରଲୋକ ଖବର ପାଇଁ ବାସଭବନକୁ ବହୁ ବିଜ୍ଞ ବ୍ୟକ୍ତି, ପାଲାପ୍ରେମୀ, ପାଲା କଳାକାର ମାନେ ଶେଷ ଦର୍ଶନ ପାଇଁ ଚାଲି ଆସିଥିଲେ। ପ୍ରଭାତଙ୍କ ପରଲୋକରେ ସ୍ଥାନୀୟଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଶ୍ରୀନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ପରିବାର ତଥା ବହୁ ଅନୁଷ୍ଠାନର କର୍ମକର୍ତ୍ତା ସ୍ୱର୍ଗତ ସାହୁଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.