Below header

ବିଏମସି ପରିଲାନି, ଇସ୍କନ ଆଗରେ ହେଉଥିବା କୃତ୍ରିମ ବନ୍ୟାର ସମାଧାନ ପାଇଁ ଆଗେଇ ଆସିଲା ଜର୍ମାନ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ । ନୟାପଲ୍ଲୀ ଇସ୍କନ ମନ୍ଦିର ଆଗରେ ସୃଷ୍ଟି ହେଉଛିବା କୃତ୍ରିମ ବନ୍ୟା ସ୍ଥିତି ସମାଧାନ ପାଇଁ କାମ କରିବ । ଓଡ଼ିଶା ଗସ୍ତରେ ଆସି ଗ୍ରାଉଣ୍ଡରେ ଅନୁଧ୍ୟାନ କରିଛନ୍ତି ଭାରତରେ ଅବସ୍ଥାପିତ ଜର୍ମାନ ରାଷ୍ଟ୍ରଦୂତ ଓ୍ଵାରଟର୍‌ ଜେ. ଲିଣ୍ଡନର । ଇସ୍କନ ମନ୍ଦିର ପାଖରେ ପାଣି ଜମୁଥିବା ଅଞ୍ଚଳ ବୁଲି ଦେଖିଛନ୍ତି ।

iskon 1

ଏହି ଅଞ୍ଚଳରେ ଜଳ ପରିଚାଳନାର ସମାଧାନ ପାଇଁ ଜର୍ମାନୀ ଓ ଭାରତ ମିଳିତ ଭାବେ ପ୍ରୟାସ କରିବେ ବୋଲି କହିଛନ୍ତି ୱାଲଟର ଜେ. ଲିଣ୍ଡନର । ଏଥିପାଇଁ ଜର୍ମାନ ଏଜେନ୍ସୀ ଫର୍‌ ଇଣ୍ଟରନ୍ୟାସନାଲ୍‌ କୋ-ଅପରେସନ୍‌, ଜର୍ମାନ ମିନିଷ୍ଟ୍ରି ଫର୍‌ ଇକୋନୋମିକ୍‌ କୋ-ଅପରେସନ୍‌ ଏଣ୍ଡ ଡେଭଲପମେଣ୍ଟ ଓ ଜର୍ମାନ ମିନିଷ୍ଟ୍ରି ଅଫ୍‌ ଏନଭେରମେଣ୍ଟ ଏବଂ ଭାରତ ମିଶି କାମ ଇସ୍କନ ଆଗରେ କୃତ୍ରିମ ବନ୍ୟା ଦିଗରେ କାମ କରିବେ ।

ଜର୍ମାନ ରାଷ୍ଟ୍ରଦୂତ ଓ୍ଵାରଟର୍‌ ଜେ. ଲିଣ୍ଡନର ଲିଙ୍ଗରାଜ ଓ ମୁକ୍ତେଶ୍ୱର ମନ୍ଦିର ବୁଲି ଦେଖିଛନ୍ତି । ନିକଟରେ ଓଡ଼ିଶା ଗସ୍ତରେ ଆସିଥିଲେ ଅଷ୍ଟ୍ରେଲିଆ ଆମ୍ବାସଡର । ହକିର ପାଓ୍ଵାର ହାଉସ୍‌ ହେଉଛନ୍ତି ଜର୍ମାନୀ ଓ ଅଷ୍ଟ୍ରେଲିଆ । ୨୦୨୩ରେ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ କରୁଛି । ସୁନ୍ଦରଗଡ଼ ସହ ଭୁବନେଶ୍ୱରରେ ବି ମ୍ୟାଚ୍‌ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.