ମିନିଟରେ ବଦଳିଯିବ ଆପଣଙ୍କ ମୋବାଇଲ ନେଟଓ୍ଵର୍କ, ଘରେ ବସି କରନ୍ତୁ ଏମଏନପି

ଟେଲିକମ୍‌ କମ୍ପାନୀଙ୍କ ଭିତରେ ଅଧିକ ରୁ ଅଧିକ ଗ୍ରାହକ ଜୁଟାଇବା ପାଇଁ ଯେମିତି ଏକପ୍ରକାର ପ୍ରତିଯୋଗୀତା ଚାଲିଛି। ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ କିମ୍ବା ବିଏସଏନଏଲ କମ୍ପାନୀ ମଧ୍ୟ ଏହି ପ୍ରୟାସର ଲାଗିଛନ୍ତି ଯେ କେମିତି ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିହେବ। କିନ୍ତୁ ଗ୍ରାହକ ଭଲ ନେଟଓ୍ଵର୍କ ଏବଂ ଭଲ ଡାଟା ସ୍ପିଡ ଦେଖି ଅନ୍ୟ କମ୍ପାନୀକୁ ସ୍ୱିଚ୍‌ କରୁଛନ୍ତି। ତେଣୁ ଯଦି ଆପଣ ବି ଏମିତି ସ୍ଥିତିରେ ଅଛନ୍ତି ନିଜ ମୋବାଇଲ କମ୍ପାନୀ ଏବଂ ନେଟଓ୍ଵର୍କ ପାଇଁ ଚିନ୍ତିତ ଅଛନ୍ତି ତାହେଲେ ଉପଭୋକ୍ତାଙ୍କ ପାଇଁ ଆଜି ଆମେ ଏମିତି ସହଜ ତରିକା ନେଇ ଆସିଛୁ ଯାହା ଜରିଆରେ ଆପଣ ଘରେ ବସି ଅନ୍ୟ କୌଣସି ବି ନେଟଓ୍ଵର୍କକୁ ଯାଇପାରିବେ।

ଆଜି ଆମେ ଯେଉଁ ତରିକା ବତାଇବୁ ସେହି ପ୍ରୋସେସକୁ ମୋବାଇଲ ନମ୍ବର ପୋର୍ଟାବଲିଟୀ ଅର୍ଥାତ୍‌ ଏମଏନପି କୁହାଯାଏ। ପ୍ରିପେଡ ଏବଂ ପୋଷ୍ଟପେଡ୍‌ ଉଭୟ ୟୁଜର୍ସ ଏମଏନପିର ସୁବିଧାର ଲାଭ ଉଠାଇପାରିବେ।

ଏମଏନପି କରିବା ପାଇଁ ଏହି ଟିପ୍ସକୁ ଫଲୋ କରନ୍ତୁ

  1. ଫୋନର ଏସଏମଏସ ବକ୍ସକୁ ଯାଇ ନୂଆ ମେସେଜ ଲେଖିବାର ଅପସନ୍‌ ଖୋଲନ୍ତୁ।
  2. ଏଠାରେ PORT ଟାଇପ୍‌ କରନ୍ତୁ ଏବଂ ଗୋଟେ ସ୍ପେସ୍‌ ଦିଅନ୍ତୁ। ଯେଉଁ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଛନ୍ତି ତାକୁ ଟାଇପ୍‌ କରନ୍ତୁ। ଉଦାହରଣ ସ୍ୱରୂପ : PORT 99######03
  3. ଉପରେ କୁହାଯାଇଥିବା ତରିକାରୁ ମେସେଜ ଟାଇପ୍‌ କରିବା ପରେ ତାହାକୁ ୧୯୦୦ ନମ୍ବରକୁ ପଠାନ୍ତୁ।
  4. ମେସେଜ୍‌ ସେଣ୍ଡ ହେବା କ୍ଷଣି ଆପଣଙ୍କୁ ୧୯୦୧ ନମ୍ବରରେ ଏକ ନୂଆ ମେସେଜ ମିଳିବ।
  5. ଏଥିରେ ପୋର୍ଟିଙ୍ଗ କୋଡ ରହିଥାଏ, ଯଦିଓ ଏଇଟା ସେତେବେଳେ ମିଳିଥାଏ ଯେତେବେଳେ ବିଲ୍‌ ସମ୍ପୂର୍ଣ୍ଣ ଭାବେ ପେଡ୍‌ ହୋଇଥାଏ।
  6. ୧୯୦୧ ନମ୍ବରକୁ ଆସିଥିବା ମେସେଜରେ ୮ ଅଙ୍କ ବିଶିଷ୍ଟ ୟୁନିକ କୋଡ ଥାଏ। ଏହାକୁ ପୋର୍ଟିଙ୍ଗ୍‌ କୋଡ କିମ୍ବା ୟୁପିସି ମଧ୍ୟ କୁହାଯାଏ।
  7. ଏହି ୮ ଅଙ୍କ ବିଶିଷ୍ଟ କୋଡରେ ଆରମ୍ଭରୁ ଦୁଇଟି ଇଙ୍ଗଲିସ୍‌ ଆଲଫାଫେଟ ଥିବ ଏବଂ ବାକି ୬ ଡିଜିଟ ନ୍ୟୁମେରିକ ଥିବ।
  8. ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପୋର୍ଟିଙ୍ଗ୍‌ କୋଡକୁ କେବଳ କିଛି ଦିନ ପାଇଁ ହିଁ ମାନ୍ୟ ହୋଇଥାଏ। ଏଥିପାଇଁ ଏହାକୁ ଜଲଦି ୟୁଜ୍‌ କରିବାକୁ ହୋଇଥାଏ।
  9. ଏବେ ଆପଣଙ୍କୁ କେବଳ ଏହି ୟୁନିକ ପୋର୍ଟିଙ୍ଗ୍‌ କୋଡକୁ ସେହି କମ୍ପାନୀର ଆଉଟଲେଟ୍‌ କିମ୍ବା ଷ୍ଟୋରକୁ ନେବାକୁ ହେବ ଯେଉଁ କମ୍ପାନୀର ନେଟଓ୍ଵର୍କରେ ଆପଣ ନିଜ ନମ୍ବରକୁ
  10. ବଦଳାଇବାକୁ ଚାହୁଁଛନ୍ତି।
  11. ଆଉଟଲେଟରେ ଆପ୍ଲିକେସନ୍‌ ଫର୍ମ ପୂରଣ କରାଯିବଏବଂ ତା ସହିତ ନୂଆ ସିମ୍‌ ଦିଆଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଜି କାଲି କିଛି କମ୍ପାନୀ ଗ୍ରାହକଙ୍କୁ ହୋମ ଡେଲିଭରୀର ସୁବିଧା ମଧ୍ୟ ଦେଇଛନ୍ତି ଏବଂ ଏହି ସମସ୍ତ ପ୍ରୋସେସ୍‌ ଡୋର ଷ୍ଟେପ ବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.