ଜାଣନ୍ତୁ ରାଶି ଅନୁସାରେ କେମିତି କଟିବ ସେପ୍ଟେମ୍ବର ମାସ

ଚଳିତ ବର୍ଷ ଅର୍ଥାତ ୨୦୨୧ ମସିହାର ସେପ୍ଟେମ୍ବର ମାସ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଦଶମୀ ତିଥି, ମୃଗଶିରା ନକ୍ଷତ୍ର ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ମାସରେ ଅନେକ ପ୍ରମୁଖ ପର୍ବପର୍ବାଣି ବି ପଡୁଛି । ଶ୍ରୀ ଗଣେଶ ଚତୁର୍ଥୀ ଏହି ମାସ ପଡୁଥିବା ବେଳେ ଶ୍ରାଦ୍ଧ ପକ୍ଷ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହା ବାଦ ଅନେକ ଗ୍ରହ ଯେମିତିକି ଗୁରୁ, ଶୁକ୍ର, ସୂର୍ଯ୍ୟ, ବୁଧ ପରି ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ବି ଏହି ମାସରେ ହିଁ ଅନୁଷ୍ଠିତ ହେବ । ଏଣୁ ପ୍ରାୟ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିବ । କିଛି ଜଣଙ୍କର ଭାଗ୍ୟଦ୍ବୟ ହେଉଥିବା ବେଳେ ଅନେକଙ୍କୁ ଚାକିରୀ ମିଳିବା ସହ ପ୍ରମୋଶନ ମଧ୍ୟ ମିଳିବାର ସୁଯୋଗ ରହିଛି ।

ମେଷ:

ଏହି ଜାତକ ଧାରୀ ମାନଙ୍କ ପାଇଁ ସେପ୍ଟେମ୍ବରର ପ୍ରଥମ କିଛି ଦିନ ଶୁଭଫଳ ଦାୟୀ ରହିବ । ଆପଣଙ୍କ କ୍ୟାରିୟର ଓ ବ୍ୟବସାୟ ଉଭୟ ଥିରେ ଲାଭ ମିଳିବ । କାର୍ଯ୍ୟକ୍ଷେତ୍ରରେ ସହଯୋଗ ମଧ୍ୟ ମିଳିପାରିବ । ରାଜନୀତି ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭ ଫଳ ପ୍ରାପ୍ତି ହେବ । ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭ ମିଳିପାରେ । ମାସର ମଧ୍ୟ ଭାଗରେ ପରୀକ୍ଷା ନେଇ ପ୍ରସ୍ତୁତି ହେଉଥିବା ଯୁବ ବର୍ଗଙ୍କୁ ଖୁସି ଖବର ମିଳିବାର ସମ୍ଭାବନା ରହିଛି । ନିଜ ଶରୀର ପ୍ରତି ଖାସ ଧ୍ୟାନ ଦେବା ଜରୁରୀ ।

ବୃଷ:

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ମାସ ମିଶ୍ର ଫଳଦାୟୀ । ମାସ ଆରମ୍ଭରେ ଦୀର୍ଘ ଦିନରୁ ଲାଗି ରହିଥିବା ଅପୂର୍ଣ୍ଣ କାମ ପୂର୍ଣ୍ଣ ହେବ । ମହିଳା କର୍ମଚାରୀଙ୍କ ପାଇଁ ଏହା ଶୁଭ ଫଳ ଦାୟୀ ହେବ । କିନ୍ତୁ କିଛି ଗୁପ୍ତ ଶତ୍ରୁ ମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିପାରନ୍ତି । ତେଣୁ ସତର୍କ ରୁହନ୍ତୁ । ତେଣୁ କୌଣସି ନୂଆ ଯୋଜନା ଆରମ୍ଭ କରିବା ବା ନିବେଶ କରିବା ପୂର୍ବରୁ ସତର୍କ ରୁହନ୍ତୁ ।

ମିଥୁନ:

ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସମୟ ଅନୁସାରେ ନିଜ ନିଜ କାମ ଶେଷ କରି ନିଅନ୍ତୁ । କାର୍ଯ୍ୟରେ କୌଣସି ପ୍ରକାର ଦାୟିତ୍ୱ ହୀନତା ଆପଣଙ୍କ ପାଇଁ ଭାରି ପଡିପାରେ । କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ । ନିରାଶ ହେବା ପରିବର୍ତ୍ତେ ନିଜ ସମସ୍ୟା ଗୁଡିକୁ ଗୋଟି ଗୋଟି କରି ସମାଧାନ କରିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ବ୍ୟବସାୟୀ, କମିଶନ ନେଇ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ମାସ ଶୁଭ ଫଳ ପ୍ରଦାନକାରୀ ହେବ ।

କର୍କଟ:

କର୍କଟ ରାଶିଧାରୀଙ୍କ ପାଇଁ ସେପ୍ଟେମ୍ବର ମାସରେ ଭାଗ୍ୟ ନିଶ୍ଚିନ୍ତ ରୂପେ ସାଥି ଦେବ । ଜୀବନର ପ୍ରତିଟି କ୍ଷେତ୍ରରେ ମନମୁତାବକ ସଫଳତା ନିଶ୍ଚିତ ରୂପେ ମିଳିବ । ମାସର ମଧ୍ୟ ଭାଗରେ ବେତନ ବୃଦ୍ଧି ହେବା ସହ ପଦନ୍ନୋତି ହେବାର ମଧ୍ୟ ସମ୍ଭାବନା ରହିଛି | ଏହି ଦିନରେ ମିଳିବାକୁ ଥିବା ଦାୟିତ୍ୱ ଗୁଡିକୁ ବୁଦ୍ଧିମତ୍ତାର ସହ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନଚେତ ହାତ ନିକଟକୁ ଆସିଥିବା ସୁଯୋଗ ଗୁଡିକ ହାତଛଡା ହେବାର ସମ୍ଭାବନା ରହିଛି ।

ସିଂହ:

ସିଂହ ରାଶି ଲୋକଙ୍କ ପାଇଁ କୌଣସି କ୍ଷେତ୍ରରେ ନିବେଶ କରିବା ଉଚିତ ନୁହେଁ । କାରଣ ଆପଣଙ୍କ କଷ୍ଟ ଅର୍ଜିତ ଧନ ବୁଡିଯିବାର ଆଶଙ୍କା ରହିଛି । ଏହା ସହ କୌଣସି ବ୍ୟକ୍ତିଙ୍କୁ ବୁଝିବିଚାରି ଧନ ଧାର ଆକାରରେ ଦିଅନ୍ତୁ । ପାରିବାରିକ ସମସ୍ୟା ହେଉ ଅବା କାର୍ଯ୍ୟକ୍ଷେତ୍ର ସହିତ ଜଡିତ ସମସ୍ୟା ହେଉ ସେଗୁଡିକୁ ଧାର୍ଯ୍ୟର ସହ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଆଉ ସବୁଠୁ ଜରୁରୀ ହେଉଛି ସ୍ୱାସ୍ଥ୍ୟକୁ ନେଇ ବିଶେଷ ଧ୍ୟାନ ଦେବା ଜରୁରୀ । ପ୍ରେମ ଜନିତ କ୍ଷେତ୍ରରେ ବି କୌଣସି ତୃତୀୟ ଜଣଙ୍କ ଏଣ୍ଟ୍ରି ଆପଣଙ୍କ ସମ୍ପର୍କରେ ବିବାଦ ଆଣିପାରେ ।

କନ୍ୟା:

ଆପଣ ମାନଙ୍କୁ ଏହି ମାସ ମିଶ୍ର ଫଳ ମିଳିପାରେ । ମାସର ପ୍ରଥମ ଭାଗ ଆପଣଙ୍କ ପାଇଁ ଭଲ ରହିଥିବା ବେଳେ ଦ୍ଵିତୀୟ ସପ୍ତାହରେ କ୍ଷତି ସହିବାକୁ ପଡିପାରେ । ତେଣୁ ମନ ଅଶାନ୍ତ ରହିପାରେ । ଅନାବଶ୍ୟକ କ୍ଷେତ୍ର ମାନଙ୍କରେ ବି ଧନ ଅପବ୍ୟୟ ହେବାର ଆଶଙ୍କା ରହିଛି । ଜମି ଆଦି କିଣାବିକାକୁ ଟାଳି ଦେବା ଉଚିତ । କାର୍ଯ୍ୟକ୍ଷେତ୍ରରେ ଟିକେ ସାବଧାନ ରହିବା ଉଚିତ ।

ତୁଳା:

ତୁଳା ରାଶି ଧାରୀ ମାନେ ଜଗି ରଖି କାମ କରିବା ଉଚିତ । କ୍ୟାରିୟର ଓ ବ୍ୟବସାୟରେ ପରିଶ୍ରମ କରି କାର୍ଯ୍ୟ କଲେ ସଫଳତା ମିଳିପାରେ । ଧନ ନିବେଶ କରିବା ପୂର୍ବରୁ ଆବଶ୍ୟକତା ଅନୁଯାୟୀ ସତର୍କ ରହିବା ଉଚିତ । ପରୀକ୍ଷାର୍ଥୀଙ୍କ ପାଇଁ ଏହି ମାସ ସେତେଟା ଅନୁକୂଳ ନୁହେଁ । ପ୍ରେମ ସମ୍ଭନ୍ଧୀୟ କ୍ଷେତ୍ରରେ ସାବଧାନ ରହିବା ସର୍ବୋତ୍ତମ ।

ବିଛା:

ବିଛା ରାଶି ଧାରୀ ମାନଙ୍କ ପାଇଁ ଏହି ମାସ ଖୁବ ଫଳପ୍ରଦ ହେବ । ପୁରା ମାସ ଭାଗ୍ୟ ଆପଣଙ୍କ ସାଥି ଦେବ । ଏଭିତରେ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ବିଭିନ୍ନ କ୍ଷେତ୍ର ଯେମିତିକି ବିଦେଶ ସହ ଜଡିତ କାର୍ଯ୍ୟରେ ବି ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କିନ୍ତୁ ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ ।

ଧନୁ:

କଠିନରୁ କଠିନ ପରିଶ୍ରମ କଲେ ହିଁ ଆପଣଙ୍କୁ ସଫଳତା ମିଳିବ । ଅଳସୁଆ ପଣକୁ ଦୂର କରିବାକୁ ହେବ । କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ୱ ବଢ଼ିଯାଇ ପାରେ । ମାସର ମଧ୍ୟ ଭାଗରେ ଧନର ଅଭାବ ଦେଖାଦେବାରୁ ଆପଣଙ୍କ ମାନସିକ ଚିନ୍ତା ବଢିପାରେ । ଏମିତିକି ଧାର କରଜ ବି କରିବାକୁ ପଡିପାରେ ।

ମକର:

ଏହି ରାଶି ମାନଙ୍କୁ ବି ଖୁବ ସତର୍କତାର ସହ କାମ କରିବା ଉଚିତ । କାମର ଚାପ ପଡିବାରୁ ଆପଣଙ୍କୁ ଥକ୍କା ଲାଗିପାରେ । ଧନର ଅଭାବ ମଧ୍ୟ ଦେଖା ଦେଇପାରେ । ତେଣୁ ସତର୍କତାର ସହ ଖର୍ଚ୍ଚ କରିବା ସହ ଅନାବଶ୍ୟକ ଖର୍ଚ୍ଚ ଆଦିରୁ ଦୁରେଇ ରୁହନ୍ତୁ ।

କୁମ୍ଭ:

ଭାଗ୍ୟ ବଦଳରେ ନିଜ କର୍ମ ଉପରେ ଅଧିକ ବିଶ୍ୱାସ ରଖନ୍ତୁ । କୌଣସି ବି ପଦକ୍ଷେପ ବୁଝିବିଚାରି ନେବା ଉଚିତ । କାର୍ଯ୍ୟକ୍ଷେତ୍ରରେ ବିରୋଧୀ ମାନେ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିପାରନ୍ତି । ତେଣୁ ଧାର୍ଯ୍ୟ ନ ହାରି ବୁଝି ବିଚାରି ପଦକ୍ଷେପ ନେବା ଉଚିତ ।

ମୀନ:

ଆପଣ ମାନେ ଜାଣି ରଖନ୍ତୁ କି ଆପଣଙ୍କ କଥାରୁ ପରିସ୍ଥିତି ସୁଧୁରି ଯାଇପାରେ ଅଥବା ପରିସ୍ଥିତି ବିଗିଡି ଯାଇପାରେ । ତେଣୁ ନିଜ ଜିଭ ଉପରେ ଯଥା ସମ୍ଭବ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରନ୍ତୁ । ନିଜ ଅଭିମାନ, କ୍ରୋଧ ଆଦିକୁ ଦୂର କରି ଲୋକଙ୍କ ସହିତ ପ୍ରେମପୂର୍ବକ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତୁ । ବିପରୀତ ଲିଙ୍ଗ ପ୍ରତି ଆକର୍ସଣ ବଢିପାରେ । ପାର୍ଟନରଙ୍କୁ ପାଖରେ ନପାଇ ମନ ବ୍ୟତିବ୍ୟସ୍ତ ହୋଇପାରେ । କିନ୍ତୁ ଏସବୁ ଦିଗ ପ୍ରତି ଧ୍ୟାନ ନଦେଇ ନିଜ କର୍ମକୁ ପ୍ରାଧାନ୍ୟ ଦେବା ଆପଣଙ୍କ ପାଇଁ ଲାଭଦାୟୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.