Below header

୨୦୨୨ ସୁଦ୍ଧା ସରିବ ହରିଶଙ୍କର ଓ ନୃସିଂହନାଥ ମନ୍ଦିର ବିକାଶ କାମ, ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥାପିତ ହରିଶଙ୍କର ଓ ନୃସିଂହନାଥ ମନ୍ଦିର ବିକାଶ ପ୍ଲାନ୍‌ର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅନେକ କାମ ହାତକୁ ନେଇଛନ୍ତି । ୨୦୨୨ ସୁଦ୍ଧା ବିକାଶମୂଳକ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସବିଶେଷ ପ୍ରକଳ୍ପ ଉପସ୍ଥାପିତ କରାଯାଇଛି ।

ଦୁଇ ମନ୍ଦିରକୁ ସୁବିଧାରେ ଯାତାୟତକୁ ଫୋକସ କରାଯାଇଛି । ୧୮ କିମି ଦୂରତା ମଧ୍ୟରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା କରାଯାଉଛି ।ୱେ-ବେଞ୍ଚ, ଶୌଚାଳୟ, କାଫେ, ଓ୍ଵାଚ୍‌ ଟାଓ୍ଵାର ବ୍ୟବସ୍ଥା କରାଯାଉଛି । ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର, ଫାଇଭ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.