ବାଲିଗୁଡା: ବନବିଭାଗ ଗ୍ରାହକ ଭାବେ ଆସିଲା, ବେଆଇନ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ି ବସିଲା

ବାଲିଗୁଡା(କେନ୍ୟୁଜ୍):ବେଆଇନ ବଜ୍ରକାପ୍ତା ଚୋରା ଚାଲାଣ ନେଇ ବାଲିଗୁଡା ବନ ବିଭାଗର ଚଢ଼ାଉ। ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଚାରି ଜଣଙ୍କୁ ଗିରଫ କଲା ବନ ବିଭାଗର ମିଳିତ ଟିମ୍‌। ଚୋରା ଚାଲାଣ ପାଇଁ ସଜବାଜ ସମୟରେ ଗ୍ରାହକ ବେଶରେ ମାଡି ବସିଲା ବନବିଭାଗର ଦଶ ଜଣିଆ ଟିମ୍‌। ବାଲିଗୁଡା ବନଖଣ୍ଡର ଡିଏଫ୍‌ଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁଇ ଜଣ ଏ.ସି.ଏଫଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍‌ ବାଲିଗୁଡା ରେଞ୍ଜ ମିଡ଼ିଆକିଆ ଗାଁ ରେ ପହଁଞ୍ଚିଥିଲେ।

pangolin

ଗ୍ରାହକ ଭାବେ ବଜ୍ରକାପ୍ତାର ଡ଼ିଲ ଏହି ଟିମ କରିବା ସହ ଚଢ଼ାଉ କରିଥିଲା । ଏହି ଘଟଣାରେ କୋଟଗଡ଼ ଥାନା ପାରିଗଡ଼ ଗାଁର ଭୀମସେନ ବଡ଼ସେଟ, ଟିକାବାଲିର ସୀତାଂଶୁ ମୁଖୀ, ମହାଶିଙ୍ଘ ଗ୍ରାମର ମହାଦେବ ବେହେରଦଳାଇ, ଜଙ୍ଗୁଗାଁର ଶୁକଦେବ ଦିଗାଲ ମୋଟ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଉଦ୍ଧାର ବଜ୍ରକାପ୍ତାର ଲମ୍ବ ୧୦୫ ସେଣ୍ଟିମିଟର ହୋଇଥିବା ବେଳେ ଓଜନ ୧୦କେଜି ରହିଥିବା ବାଲିଗୁଡା ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ Acf ଡ଼ ରୁଦ୍ର ପ୍ରସାଦ ରଥ, ସୌମରଞ୍ଜନ ସାହୁ, ରେଞ୍ଜର ଉଦିତ ପ୍ରଧାନ, ଫୋରେଷ୍ଟର ମାନସ ସାହୁ ସାମିଲ ହୋଇ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.