Below header

ଧନତରେସ୍‌ରେ ବଢ଼ିଲା ସୁନା କାରବାର, ଗୋଟିଏ ଦିନରେ ସାରା ରାଜ୍ୟରେ ପ୍ରାୟ ୨୦୦ କୋଟି ଟଙ୍କାର ଅଳଙ୍କାର ବିକ୍ରି!

ଭୁବନେଶ୍ବର(କେନ୍ୟୁଜ୍): ଧନତରେସ୍‌ରେ ରାଜ୍ୟରେ ବଢ଼ିଛି ସୁନା କାରବାର । ଗତକାଲି ଗୋଟିଏ ଦିନରେ ସାରା ରାଜ୍ୟରେ ପ୍ରାୟ ୨୦୦ କୋଟି ଟଙ୍କାର ସୁନା ବିକ୍ରି ହୋଇଥିବା ଆକଳନ କରାଯାଉଛି । ବିଶ୍ୱାସ ରହିଛି ଧନତେରାସରେ ସୁନା, ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ଜୁଏଲାରୀ ଦୋକାନରେ ଭିଡ଼ ଜମିଥିଲା । ଚଳିତ ବର୍ଷ ସମସ୍ତ ସୋ’ ରୁମ୍ ଗୁଡ଼ିକରେ ନୂଆ ନୂଆ ଡିଜାଇନ୍ ଓ ଟ୍ରେଣ୍ଡର ଅଳଙ୍କାର ବି ଆସିଛି। ଧନତେରସକୁ ନଜରରେ ରଖି ବିଭିନ୍ନ ଜୁଏଲାରୀ ଦୋକାନ ଗୁଡ଼ିକ ଗ୍ରାହକକୁ ଆକର୍ଷିତ କରିବାକୁ ସୁନା, ରୂପା , ହୀରା ଗହଣା ଉପରେ ଆକର୍ଷଣୀୟ ଅଫର ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଗତକାଲି ସୁନା ୧୦ ଗ୍ରାମ ପ୍ରତି ଦର ୩୮ହଜାର ୬୮୦ ଟଙ୍କା ଓ ରୁପା କେଜି ପ୍ରତି ୪୭ ହଜାର ଟଙ୍କା ଥିଲା । ଦୁଇ ଦିନ ଧରି ଲଗାଣ ବର୍ଷା ପରେ ଗତକାଲି ପାଗ ଭଲ ଥିବା ବେଳେ ସୁନା ଦୋକାନରେ ଭିଡ଼ ଜମିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.