ହରିୟାଣାରେ ସରକାର ଗଠନ ପାଇଁ ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବେ BJP ଓ JJP

ହରିୟାଣାରେ ସରକାର ଗଠନ ପାଇଁ ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବେ BJP ଓ JJP । ଏନେଇ ଦୁଇ ଦଳ ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ ହୋଇଛି । BJPର ମନୋହର ଲାଲ ଖଟ୍ଟର ହେବେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଓ ଜେଜେପି ଅଧ୍ୟକ୍ଷ ଦୁଷ୍ୟନ୍ତ ସିଂ ଚୌତାଲାଙ୍କ ଉପସ୍ଥିତିରେ ଏହି ଘୋଷଣା ହୋଇଛି । ୯୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ପାଇଛି ୪୦ଟି ଆସନ । କଂଗ୍ରେସକୁ ମିଳିଛି ୩୧। ଜେଜେପି ୧୦ଟି ଆସନ ପାଇଥିବା ବେଳେ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ୯ ଆସନରେ ବାଜି ମାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.