Below header

ବୌଦ୍ଧ: ଲୁକାପଡ଼ା ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦୬ ଜଣ ଛାତ୍ରଛାତ୍ରୀ ଗୁରୁତର

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲୁକାପଡ଼ା ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦୬ ଜଣ ଛାତ୍ରଛାତ୍ରୀ ଗୁରୁତର । ସେମାନଙ୍କୁ ମନମୁଣ୍ଡା ଓ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ମଧ୍ୟାହ୍ନ ଭୋଜନରେ ସୋୟାବିନ ତରକାରୀ ଖାଇବା ପରେ ହଠାତ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଡାକ୍ତରଖାନରେ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ମହୀଧର ରଣା ପ୍ରମୁଖ ପହଞ୍ଚି ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଘଟଣାର ତଦନ୍ତ ପରେ ଖାଦ୍ୟ ଯୋଗାଉଥିବା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.