ଜାଣନ୍ତିକି ଭାରତୀୟ ଯୁବ ବର୍ଗ ଅଧିକ ବେତନ ଅପେକ୍ଷା ଚାକିରିର ସ୍ଥାୟୀତ୍ୱ ପ୍ରତି ବେଶୀ ଆକୃଷ୍ଟ ହୋଇଥାନ୍ତି

ଜାଣନ୍ତିକି ଭାରତୀୟ ଯୁବ ବର୍ଗ ଅଧିକ ଦରମା ନୁହେଁ ବରଂ ଚାକିରୀର ସ୍ଥାୟୀତ୍ୱକୁ ହିଁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏକ ଗବେଷଣା ମାଧ୍ୟମରେ ଜଣାଯାଇଛି କି ସୁରକ୍ଷିତ ଚାକିରୀ ବ୍ୟତୀତ ନିଜ କାମ ଓ ଜୀବନ ଶୈଳୀ ଭିତରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ୱାରା ସେମାନେ ଏକା ସୁସ୍ଥ ଜୀବନ ଅତିବାହିତ କରିପାରିବେ । ଭାରତୀୟ ଯୁବକ ମାନେ ବ୍ୟାଙ୍କ ଓ ସରକାରୀ ଚାକିରୀ ପ୍ରତି ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି । ଏଥିପାଇଁ ଅଲିବାଵର୍ଡ ବିଶ୍ୱବିଦ୍ୟାଳୟର ଦ୍ୱାରା ଏକ ସର୍ବେକ୍ଷଣ କରାଯାଇଥିଲା । ଏହି ସର୍ବେକ୍ଷଣରେ ଦେଶ ସାରା ବ୍ୟାଙ୍କ ତଥା ଅନ୍ୟାନ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତି କରୁଥିବା ୫ ହଜାର ଯୁବକଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା । ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସେମାନଙ୍କ ପ୍ରତିକ୍ରିୟାକୁ ରେକର୍ଡ କରି ରଖାଯାଇଥିଲା ।

youth reading

ଖାଲି ସେତିକି ନୁହେଁ ସେମାନଙ୍କର ଏକ ଭୋଟିଂ ମଧ୍ୟ କରାଯାଇଥିଲା । ଏଥିରେ ୪୪. ୩ ପ୍ରତିଶତ ଲୋକ ଚାକିରର ସ୍ଥାୟୀତ୍ୱ ସପକ୍ଷରେ ଭୋଟ ଦେଇଥିଲେ । ଯେବେକି ୩୬.୭ ପ୍ରତିଶତ ଲୋକ କାମ ଓ ଜୀବନ ଭିତରେ ସନ୍ତୁଳନ ରକ୍ଷା କୁ ବାଛିଥିଲେ । ଯେଉଁ ଠାରେ ଅଧିକ ବେତନ ଚାକିରୀ ପାଇଁ ମାତ୍ର ୧୧. ୧ ପ୍ରତିଶତ ଯୁବକ ଭୋଟ କରିଥିଲେ । ଅଲିବାଵର୍ଡ ବିଶ୍ୱବିଦ୍ୟାଳୟର ସହ ସଂସ୍ଥାପକ ଓ ସିଇଓ ଅଭିଷେକ ପାଟିଲ କହିଛନ୍ତିକି ଭାରତର ଗାଁ ତଥା ଛୋଟ ସହର ମାନଙ୍କରେ ରହୁଥିବା ୨୦ ରୁ ୩୦ ବର୍ଷୀୟ ଯୁବ ବର୍ଗ ମାନେ ସାର୍ବଜନୀନ ସରକାରୀ ଚାକିରୀ କରିବା ପ୍ରତି ବେଶୀ ଆକୃଷ୍ଟ ହୋଇଥାନ୍ତି । ତେଣୁ କରି ସରକାରୀ ଚାକିରୀ ପାଇଁ ଆବେଦନର ମାତ୍ରା ଦିନକୁଦିନ ବଢ଼ିବାରେ ଲାଗିଛି । ବାହାରି ଥିବା ପଦ ସଂଖ୍ୟାର ପ୍ରାୟ ୫ ଗୁଣା ଏଥିପାଇଁ ଆବେଦନ କରୁଛନ୍ତି ।

ଏହା ସହ ପଢନ୍ତୁ: ଏହି ଏହି ଦେଶକୁ ଯିବା ପାଇଁ ଆପଣଙ୍କୁ ଦରକାର ପଡ଼ିବନି ଭିସା

କିନ୍ତୁ ବଡ ସହରର ଯୁବ ବର୍ଗ ମାନେ ଅପେକ୍ଷାକୃତ ଭାବେ ଅଧିକ ମଲ୍ଟି ନାସନାଲ କମ୍ପାନୀ ଗୁଡିକରେ ଚାକିରୀ କରିବାକୁ ପ୍ରାଧାନ୍ୟ ଦେଇଥାନ୍ତି । ଭଲ ଚାକିରୀ ସହ ଭଲ ବେତନ ପାଇବା ପାଇଁ ବିଦେଶ ଗସ୍ତ କରିବାକୁ ମଧ୍ୟ ପଛାନ୍ତି ନାହିଁ । ପରୀକ୍ଷଣରୁ ଜଣା ଯାଇଛି ଯେ ୩୯.୪ ପ୍ରତିଶତ ଖାଲି ଗୋଟେ ନୁହେଁ ୩ ରୁ ୪ ପରୀକ୍ଷା ପାଇଁ ଏକା ସଙ୍ଗରେ ପ୍ରସ୍ତୁତି କରୁଛନ୍ତି । ଏହା ସହ ବ୍ୟାଙ୍କିଙ୍ଗ,ଏସଏସସି,ରେଳ ବାଇ ପାଇଁ ଅଧିକ ଛାତ୍ର ଛାତ୍ରୀ ଇଛୁକ ଅଛନ୍ତି । ଏହା ସହ ପ୍ରଶାସନିକ ପରୀକ୍ଷା ପାଇଁ ମଧ୍ୟ ବହୁ ଯୁବ ବର୍ଗ ନିଜ ନିଜ ପ୍ରସ୍ତୁତି ଚଳାଇଛନ୍ତି । ଏମିତିକି ସରକାରୀ ଚାକିରୀ ଖଣ୍ଡେ ପାଇଗଲେ ନିଜ ଭବିଷ୍ୟତ ଏକ ପ୍ରକାର ସଂରକ୍ଷିତ ହୋଇଗଲା ବୋଲି ଭାବିଥାନ୍ତି । ଏବେ ଜୀବନ ଯାକ ବେଶ ଆରାମରେ କଟିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.