Below header

କୋରାପୁଟ: ଅଖ୍ୟାତ ଅଞ୍ଚଳର ଗୁଗଲ ଗାର୍ଲ, ମୁହଁରୁ ବାହାରୁଛି ଅନର୍ଗଳ ଜଣା ଅଜଣା ପ୍ରଶ୍ନର ଉତ୍ତର

କୋରାପୁଟ(କେନ୍ୟୁଜ୍):  ଆଖ୍ୟାତ ପଲ୍ଲୀର ଆଉ ଜଣେ ଗୁଗଲ ଗାର୍ଲ। ଦେଶ ବିଦେଶର ଅନେକ ଜଣ ଅଜଣା ପ୍ରଶ୍ନର ଉତ୍ତର ଫଟାଫଟ୍ ବାହାରି ଯାଉଛି ମୁହଁରୁ। କୋରାପୁଟର  ଏହି ବିସ୍ମୟ ବାଳିକା ସିମରନ । ବୟସ ମାତ୍ର ୫ ବର୍ଷ । କିନ୍ତୁ କହିପାରୁଛନ୍ତି ଦୁନିଆର ସବୁ ଅଜଣା କଥା । ପାଟିରୁ ପ୍ରଶ୍ନ ନସରିବା ବେଳେକୁ ସିମରନଙ୍କ ମୁହଁରୁ ବାହାରି ଆସିଛି ଫଟାଫଟ୍ ଉତ୍ତର।  ଇଂରାଜୀ ଓ ଓଡିଆରେ ଭଲ ଭାବରେ ଉତ୍ତର ଦେଇପାରୁଥୁବା ସିମରନ। ସାଧାରଣ ଜ୍ଞାନ ଠାରୁ ଆରମ୍ଭ କରି ଭୂଗୋଳ,ଇତିହାସ ଆଦି ବିଷୟ ସମ୍ପର୍କିତ ସମସ୍ତ ଉତ୍ତର ସହଜରେ ଦେଇପାରୁଛନ୍ତି ।

ନିଜର ମା ବାପାଙ୍କ ଠାରୁ ଆରମ୍ଭ କରି ରାଜ୍ୟ ,ଦେଶ ଓ ଦୁନିଆ ସମ୍ପର୍କରେ ଅନେକ କଥା କହିପାରୁଛନ୍ତି । ଏଯାଏ ସ୍ପଷ୍ଟ ଭାବେ କଥା କହିବା ଶିଖିନଥିବା ଏହି କୁନି ଝିଅ ସମସ୍ତଙ୍କୁ ଚକିତ କରିଦେଇ ସବୁ ପ୍ରଶ୍ନର ସଠିକ ଉତ୍ତର ଦେଇପାରୁଛି ।

କୋରାପୁଟ ଜିଲ୍ଲା  ନାରାୟାଣପାଟାଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତ ବାରି ଗ୍ରାମର   ଶ୍ରୀଧର କୁମାର ତାଡିଙ୍ଗି ଓ ମାଁ ରାମି ତାଡିଙ୍ଗିଙ୍କର ୫ ବର୍ଷର ଝିଅ ସିମରନ ତାଡିଙ୍ଗି । ମାଓ ପ୍ରଭାବିତ ଏହି ଦୁର୍ଗମ ଅଂଚଳରେ ଏକ ସଜା ଫୁଟା ପୁଲଟିଏ ପରି ନିଜ ପ୍ରତିଭାରେ ମହକାଉଛନ୍ତି । ଯେଉଁଠି ଗମନା ଗମନର ସେତେଟା ସୁବିଧା ନାହିଁ ସେଠି ଏଭଳି  କୁନି ଝିଅର ପ୍ରତିଭା ଏବେ ସମସ୍ତଙ୍କୁ ଆକ୍‌ଷ୍ଟ କରିଛି । ସିମରନଙ୍କୁ  ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.