ଅନଲାଇନ ବିଦ୍ୟୁତ୍‌ ବିଲ୍‌ ଭରୁଥିବା ଲୋକ ହୋଇ ଯାଆନ୍ତୁ ସାବଧାନ! ଆପଣଙ୍କ ଉପରେ ନଜର ରଖିଛନ୍ତି ସାଇବର ଠକ, ଆସିଲା ୨ଟି ମାମଲା

ଅନଲାଇନ ଯୋଗେ ବିଦ୍ୟୁତ୍‌ ବିଲ୍‌ ପୈଠ କରୁଥିବା ଲୋକେ ଏବେ ସାବଧାନ ହୋଇ ଯାଆନ୍ତୁ। କାହିଁକିନା, ସାଇବର ଠକଙ୍କ ନଜର ଆପଣଙ୍କ ଉପରେ ରହିଛି। ସାଇବର ଠକମାନେ ଅନଲାଇନ ବିଲ୍‌ ଭରୁଥିବା ଲୋକଙ୍କ ସହିତ ଠିକେଇ କରିବାର ନୂଆ ଉପାୟ ବାହାର କରି ନେଇଛନ୍ତି। ପେ-ୟୁ ଲିଙ୍କ୍‌ ପଠାଇ ଏବେ ସେମାନେ ଠକେଇ ଆରମ୍ଭ କରି ଦେଇଛନ୍ତି। ସାଇବର ଠକଙ୍କ ଦ୍ୱାରା ପଠାଯାଇଥିବା ପେ-ୟୁ ଲିଙ୍କ୍‌ ପ୍ରୟୋଗ କରି ଲୁଧିୟାନାର ଦୁଇ ବ୍ୟବସାୟୀ ଲକ୍ଷାଧିକ ଟଙ୍କା ହରାଇ ବସିଛନ୍ତି। ଏହି ଦୁଇ ମାମଲାରେ ସାଇବର ସେଲ ପୋଲିସ ଯାଞ୍ଚ ଆରମ୍ଭ କରିବା ସହିତ ଅଜଣା ଲୋକଙ୍କ ଉପରେ ମାମଲା ରୁଜୁ କରିଛି।

ସାଇବର ସେଲ-୨ର ଇନ୍‌ଚାର୍ଜ ଜତିନ୍ଦର ସିଂ କହିଛନ୍ତି କି, ତାଙ୍କ ପାଖରେ ଦୁଇଟି ଅଭିଯୋଗ ପହଞ୍ଚିଛି। ଏହି କଥା ସେତେବେଳେ ଜଣାପଡ଼ି ନ ଥିଲା, ଯେତେବେଳେ ଆଗୁଆ ବିଲ୍‌ ସହ ବିଗତ ପେମେଣ୍ଟ ଆଡ୍‌ ହୋଇ ଆସିଥିଲା। ପ୍ରଥମ କେସ୍‌ରେ ବ୍ୟବସାୟୀ କପିଲ ଗୁପ୍ତା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ସେ ନିଜ ଫ୍ୟାକ୍ଟ୍ରିର ପାଖାପାଖି ୨ ଲକ୍ଷ ୪୮ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ ତାଙ୍କ ମୋବାଇଲକୁ ଆସିଥିବା ପେ-ୟୁ ଲିଙ୍କ୍‌କୁ ପଠାଇ ଦେଇଥିଲେ। କିନ୍ତୁ ତାଙ୍କୁ ଗୋଟିଏ ମାସ ପରେ ଜଣାପଡ଼ିଥିଲା କି, ଏହି ଟଙ୍କା ବିଦ୍ୟୁତ୍‌ ବିଭାଗ ପାଖକୁ ଯାଇନାହିଁ। ସେହିପରି ଦ୍ୱିତୀୟ ଅଭିଯୋଗ ପରମଜିତ୍‌ ସିଂଙ୍କଠାରୁ ମିଳିଛି। ସେ ପାଖାପାଖି ୩ ଲକ୍ଷ ୫୦ ହଜାର ଟଙ୍କାର ବିଲ୍‌ ସେହି ଲିଙ୍କ୍‌ ଜରିଆରେ ପଠାଇଥିଲେ, ଯାହାକି ବିଦ୍ୟୁତ୍‌ ବିଭାଗ ଆକାଉଣ୍ଟରେ ଜମା ହୋଇ ନ ଥିଲା।

ତେବେ ଏହି ଦୁଇଟି ଘଟଣା ପରେ ଇନ୍‌ଚାର୍ଜ ଜତିନ୍ଦର ସିଂ ଲୋକଙ୍କୁ ଅପିଲ କରିଛନ୍ତି ଯେ ସେମାନେ ମୋବାଇଲକୁ ଆସିଥିବା କୌଣସି ବି ପ୍ରକାର ପେ-ୟୁ ଲିଙ୍କ୍‌ ଦ୍ୱାରା ବିଦ୍ୟୁତ୍‌ ବିଲ୍‌ ପଇସା ଜମା ନ କରନ୍ତୁ। ବରଂ ବିଦ୍ୟୁତ୍‌ ବିଭାଗର ଅଫିସିଆଲ େଓ୍ଵବ୍‌ସାଇଟ ଯାଇ ସେଠାରେ ଅନଲାଇନ ବିଲ୍‌ ଭରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.