ସାମ୍ପୋ କରିବା ପରେ ଲଗାନ୍ତୁ ଅଲିଭ ଅଏଲ ହେୟାର ମାସ୍କ, କେଶ ସମସ୍ୟାରୁ ହେବେ ମୁକ୍ତ

ଯଦି ଆପଣ ଡ୍ରାଏ ହେୟାରକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ। କେଶର ସମସ୍ତ ସମସ୍ୟାର ସମାଧାନ କରିବ ଏହି ଉପାୟ। ଏହାଦ୍ୱାରା ଆପଣ ବେଶ ଫାଇଦା ପାଇବେ। ଘରେ ବସି ଆପଣ ଏହି ଉପାୟ ସହଜରେ କରିପାରିବେ। ଏନବିଟି ଖବର ମୁତାବକ ଆପଣ ଅଲିଭ ଅଏଲକୁ ଦୁଇ ପ୍ରକାରେ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିପାଇଁ ଆପଣ ଦୁଇଟି ମାସ୍କ ତିଆରି କରିପାରିବେ। ଜାଣନ୍ତୁ ସେହି ସମ୍ପର୍କରେ।
କଦଳୀ ଓ ଅଲିଭ ଅଏଲ ମାସ୍କ:
ଏହି ଦୁଇଟି କେଶ ପାଇଁ ବହୁତ ଭଲ ହୋଇଥାଏ। ଏହା କେଶକୁ ମୂଳରୁ ଷ୍ଟ୍ରଙ୍ଗ କରେ। ଏହାକୁ ମିଶାଇ କେଶରେ ଲଗାଇବା ଦ୍ୱାରା କେଶକୁ ଅନେକ ଲାଭ ମିଳିଥାଏ। ଏହା ହେୟାର କଣ୍ଡିସନର ଭଳି କାମ କରେ। ଏହି ମାସ୍କକୁ ଆପଣ ସାମ୍ପୁ କରିବା ପରେ ଲଗାଇବେ। ଓଦା କେଶରେ ଏହାକୁ ଲଗାଇ ୨୫ ମିନିଟ ପର୍ଯ୍ୟନ୍ତ ରଖିବେ। ଏହାପରେ ପାଣିରେ ଧୋଇଦିଅନ୍ତୁ।
ଅଣ୍ଡା ଓ ଅଲିଭ ଅଏଲ ମାସ୍କ:
ନିଜ ପତଳା କେଶକୁ ମୋଟା କରିବା ପାଇଁ ଏବଂ ସଫ୍ଟ ରଖିବା ପାଇଁ ଅଣ୍ଡା-ଅଲିଭ ଅଏଲର ମାସ୍କ ଲଗାଇପାରିବେ। ଏଥିରେ ପ୍ରୋଟିନ ଏବଂ ଫ୍ୟାଟ୍ସ ଅଧିକ ମାତ୍ରାରେ ରହିଥାଏ। ଯାହା କେଶ ପାଇଁ ଆବଶ୍ୟକ ହୋଇଥାଏ।