Below header

ସନ୍ଧ୍ୟାରେ ପିଲାଙ୍କୁ ବନାଇ ଖୁଆନ୍ତୁ ସ୍ୱାଦିଷ୍ଟ ସୋୟା ଚପ୍‌ ରୋଲ, ସ୍ୱାଦ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ

ସୋୟା ଷ୍ଟିକ – ଗୋଟିଏ
ତେଲ – ଛାଣିବା ପାଇଁ
ଲାଲ ଲଙ୍କା ପାଉଡର – ଗୋଟେ ଛୋଟ ଚାମଚ
ଗୋଲମରୀଚ ପାଉଡର – ଏକ ଛୋଟ ଚାମଚ
ଚାଟ ମସଲା – ଏକ ଛୋଟ ଚାମଚ
ଧନିଆ ପାଉଡର – ୧ ଛୋଟ ଚାମଚ
ଦହି – ୧/୨ କପ୍‌
ଗହମ ଅଟା – ୧/୨କପ୍‌
ମଇଦା – ୧/୨ କପ୍‌

chowminପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ସୋୟା ଚପ ବା ସୋୟାବିନ୍‌କୁ ଛୋଟ ଛୋଟ ଖଣ୍ଡରେ କାଟିଦିଅନ୍ତୁ।
  • ଏବେ ପ୍ୟାନରେ ତେଲ ଗରମ କରି ସେଥିରେ ସୋୟାବିନକୁ ଫ୍ରାଏ କରନ୍ତୁ।
  • ଏବେ ସୋୟାବିନକୁ ପାତ୍ରରେ ବାହାର କରି ଦହି ଏବଂ ବନପସନ୍ଦ ମସଲାରେ ମ୍ୟାରିନେଟ କରି ୩୦ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ।
  • ପାତ୍ରରେ ମଇଦା ଏବଂ ଗହମର ଅଟା ନେଇ ଚକଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ଗୋଲା କରିଦିଅନ୍ତୁ।
  • ଏବେ ତାଓ୍ଵାରେ ତେଲ କିମ୍ବା ଘିଅ ଗରମ କରି ପରଟାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  • ଅଲଗା ଏକ ପ୍ୟାନରେ ତେଲ ଗରମ କରି ମ୍ୟାରିନେଟ୍‌ ସୋୟା ଚପକୁ ଭଲଭାବେ ଭାଜି ଦିଅନ୍ତୁ।
  • ପ୍ରସ୍ତୁତ କରିଥିବେ ପରଟାରେ ସୋୟା ଚପ ଭରି ଦିଅନ୍ତୁ। ଏହାଉପରେ ଧନିଆ ଓ ପୋଦିନା ଚଟଣୀ, ଟମାଟୋ ଚଟଣୀ, କଟା ପିଆଜ ଏବଂ ଚାଟ ମସଲା ଭରିଦିଅନ୍ତୁ।
  • ଏବେ ଏହାକୁ ରୋଲ କରି ସର୍ଭିଙ୍ଗ ପ୍ଲେଟ ଉପରେ ରଖି ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.