Below header

କଟକ: ମିଥ୍ୟା ପ୍ରମାଣପତ୍ରରେ ସରକାରୀ ଚାକିରି, ଚତୁର୍ଥ ଶ୍ରେଣୀ କର୍ମଚାରୀ ବୟସ ଲୁଚାଇଥିବା ଅଭିଯୋଗ

କଟକ: ପ୍ରକୃତ ଜନ୍ମ ତାରିଖ ୧ ମେ ୧୯୫୨, କିନ୍ତୁ ଦର୍ଶାଯାଇଛି ୧ ନଭେମ୍ବର ୧୯୬୩ । ଏଭଳି ମିଥ୍ୟା ପ୍ରମାଣପତ୍ର ଦେଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାକିରି କରିଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବ୍ୟକ୍ତି ଜଣକ ହେଉଛନ୍ତି କଟକ ଜିଲ୍ଲା ତିଗିରିଆ ବ୍ଲକର ଯୁଗଳ ବେହେରା । ସୂଚନା ଆଇନ୍‌ ଅଧିକାର ବଳରେ ଯୁଗଳଙ୍କ ଏହି ମିଥ୍ୟା ପ୍ରମାଣ ପତ୍ରର ଖୁଲାସା କରିଛନ୍ତି ପ୍ରକାଶ କୁମାର ରାଉତ । ପ୍ରକାଶଙ୍କ ଅଭିଯୋଗ ପରେ ବିଇଓ ଦୁଇଥର ତଦନ୍ତ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା । ଏବେ ଯୁଗଳଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୭ ବର୍ଷର ଦରମା ଫେରସ୍ତ ପାଇଁ ଦାବି କରିଛନ୍ତି ପ୍ରକାଶ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.