Instagram ର ଏହି ନୂଆ ଫିଚର ବହୁତ ଖାସ, ଜାଣନ୍ତୁ କାହିଁକି

ଲୋକପ୍ରିୟ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଏବେ ନୂଆ ନୂଆ ଫିଚର ଆଣିବାକୁ ପ୍ରସ୍ତୁତି ଚଳାଇଛି। ଇନଷ୍ଟାଗ୍ରାମକୁ ଅଧିକ ସୁରକ୍ଷିତ କରିବା ଉପରେ କମ୍ପାନୀ ଏବେ ଧ୍ୟାନ ଦେଉଛି। ଉଦାହରଣ ସ୍ୱରୂପ, ଏକ ଆକାଉଣ୍ଟ ଖୋଲି ବା ପାଇଁ ଇନଷ୍ଟାଗ୍ରାମ ଏବେ ସର୍ବନିମ୍ନ ବୟସ ସୀମା ୧୩ ବର୍ଷ ରଖିଛି। କେବଳ ଏତିକି ନୁହେଁ ଇନଷ୍ଟାଗ୍ରାମ ଏବେ ଫଲୋଇଂ ଟ୍ୟାବକୁ ମଧ୍ୟ ହଟାଇଦେଇଛି। ଏଥିସହ ଇନଷ୍ଟାଗ୍ରାମ ଏବେ ଏକ ନୂଆ ଫିଚର ଯୋଗ କରିଛି। ଏହି ଫିଚର ଅନୁସାରେ ଯଦି କେହି କିଛି ମର୍ଯ୍ୟାଦାହାନି କରୁଥିବା ଭଳି କ୍ୟାପସନ ଲେଖୁଛି,ତେବେ ଇନଷ୍ଟାଗ୍ରାମ ତାଙ୍କୁ ନୋଟିଫିକେସନ ପଠାଇବ।

See the source image

ଏହି ଟେକ୍ନିକ ଏକ ଆଲଗୋରିଦିମ ବ୍ୟବହାର କରି ସମସ୍ତ ଅଭଦ୍ର ବା ଅନ୍ୟକୁ କ୍ଷତି କରୁଥିବା ଭାଷାକୁ ଚିହ୍ନିବ। ଯେତେବେଳେ ସେ ସେହି ମର୍ଯ୍ୟାଦାହାନି କରୁଥିବା ଭାଷା ବା ଫଟୋ ବା ଭିଡିଓକୁ ଚିହ୍ନି ଦେବ, ପୋଷ୍ଟ କରିବା ପୂର୍ବରୁ ଆଉ ଥରେ ୟୁଜରଙ୍କୁ ସୂଚନା ଦେବ ଓ ପୁନଃ ବିଚାର କରିବାକୁ କହିବ।

ଏ ନେଇ ଇନଷ୍ଟାଗ୍ରାମ ତରଫରୁ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି। ଏହି ଫିଚର ଲୋକଙ୍କୁ ଖରାପ ଭାଷା ବ୍ୟବହାର କରିବାକୁ ରୋକିବା ସହ ଇନଷ୍ଟାଗ୍ରାମ କେଉଁ କେଉଁ ବିଷୟକୁ ପ୍ରଶ୍ରୟ ଦିଏନି ସେ ବିଷୟରେ ଜଣାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.