Below header

ଏଣିକି ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ବିଳମ୍ବରେ ଅଫିସ୍ ଆସିଲେ ପ୍ରତ୍ୟାହାର ହେବ ସରକାରୀ ଗାଡି

କେନ୍ୟୁଜ୍(ବ୍ୟୁରୋ):  ସବୁକିଛି ସୁବିଧା ଯୋଗାଇଦେଲା  ପରେ ମଧ୍ୟ  ବିଳମ୍ବରେ ଆସୁଛନ୍ତି ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ। ବହୁତ ହୋଇଗଲା ରାଜା ଚାକିରି ଭାବି ଅଫିସକୁ ବିଳମ୍ବରେ ଆସିବା। ରାଜ୍ୟ ସରକାରଙ୍କ ତରଫରୁ ଗାଡି ଯୋଗାଯିବା ପରେ ମଧ୍ୟ ଜାଣି ଶୁଣି ବିଳମ୍ବରେ ଅଫିସ ଆସୁଛନ୍ତି ବରିଷ୍ଠ ଅଧିକାରୀମାନେ। ତେଣୁ ବରିଷ୍ଠ ଅଧିକାରୀଙ୍କୁ  ଆଜି ଉଚ୍ଚଶିକ୍ଷା ବିଭାଗ କରିଛି ତାଗିଦ୍ । ବିଳମ୍ବରେ ଅଫିସ୍ ଆସିଲେ ପ୍ରତ୍ୟାହାର ହେବ ସରକାରୀ ଗାଡି । ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଗାଡି ଯୋଗାଇ ଦିଆଯିବା ସତ୍ତ୍ୱେ ଅଧିକାରୀମାନେ ବିଳମ୍ବରେ ଆସୁଛନ୍ତି । ନିର୍ଦ୍ଦେଶ ଅନୁସାରେ ଅଗଷ୍ଟ ପହିଲାରୁ ଯଦି ଅଧିକାରୀମାନେ ବିଳମ୍ବରେ ଆସନ୍ତି, ତେବେ ସେମାନଙ୍କଠାରୁ ଗାଡି ପ୍ରତ୍ୟାହାର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.