କରୋନାକୁ ମାତ୍‌ ଦେବା ପାଇଁ ସୁରତର ବ୍ୟବସାୟୀ ତିଆରି କଲେ ହୀରା ଖଚିତ ମାସ୍କ, ଦାମ୍‌ ଜାଣିଲେ ଉଡିଯିବ ହୋସ

ଆପଣ ନିକଟରେ ପୁନେର ଜଣେ ବ୍ୟବସାୟୀ ସୁନା ମାସ୍କ ପିନ୍ଧିଥିବା ଖବର ବିଷୟରେ ଜାଣିଥିବେ। ଯିଏକି ୩ ଲକ୍ଷ ଟଙ୍କାର ସୁନା ମାସ୍କ ପିନ୍ଧି ଚର୍ଚ୍ଚା ପରିସରକୁ ଆସିଥିଲେ। କରୋନା ମହାମାରୀରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଆଉ ମାସ୍କ ପିନ୍ଧିବା ନିତାନ୍ତ ଜରୁରୀ।  ମହାମାରୀ କରୋନା ସମୟରେ ମାସ୍କ ବ୍ୟବହାର କରିବା ଉପରେ ସମସ୍ତେ ଗୁରୁତ୍ୱରୋପ ଦେଉଛନ୍ତି। ଏପରି ନ କଲେ ଆପଣଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରି ସମୟରେ ଲୋକେ ହାତ ତିଆରି ମାସ୍କ କିମ୍ବା ବଜାରରେ ମିଳୁଥିବା କପଡା ମାସ୍କ ପିନ୍ଧୁଛନ୍ତି। କିଏ ହାତ ତିଆରି ମାସ୍କ ବ୍ୟବହାର କରୁଥିବା ବେଳେ ଆଉ କିଏ ମାର୍କେଟରେ ମିଳୁଥିବା ମାସ୍କ ପିନ୍ଧୁଛନ୍ତି । ଏଥିପାଇଁ ୧୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ସେହିପରି ଏହା ଏବେ ରୋଜଗାର ଏକ ମାଧ୍ୟମ ପାଲଟିଗଲାଣି।

dd

କିନ୍ତୁ ଗୁଜରାଟ ସୁରଟର ଏକ ଗହଣା ଦୋକାନୀ ସ୍ୱତନ୍ତ୍ର ମାସ୍କ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଗହଣା ଦୋକାନରେ ତିଆରି ହେଉଥିବା ମାସ୍କର ମୂଲ୍ୟ ୧.୫ ଲକ୍ଷରୁ ୪ ଲକ୍ଷ ପର୍ଯ୍ୟନ୍ତ ରହିଛି। ତେବେ ଏହି ମାସ୍କ କୌଣସି ସାଧାରଣ ମାସ୍କ ନୁହେଁ, ବରଂ ଏହାକୁ ରୁପା, ସୁନା ଏବଂ ହୀରାରେ ତିଆରି କରାଯାଉଛି।

diamond-mask

ଦୋକାନର ମାଲିକ ଦୀପକ ଚୋକସିଙ୍କ କହିବାନୁଯାୟୀ, ଜଣେ ଗ୍ରାହକ ତାଙ୍କ ଦୋକାନକୁ ଆସି ଏକ ବିବାହ ପାଇଁ ବର କନ୍ୟାଙ୍କ ନିମନ୍ତେ ସ୍ୱତନ୍ତ୍ର ମାସ୍କ ତିଆରି କରିବାକୁ କହିଥିଲେ। ଏହାପରେ ତାଙ୍କ ମୁଣ୍ଡରେ ଏପରି ସ୍ୱତନ୍ତ୍ର ମାସ୍କ ତିଆରି କରିବାର ଚିନ୍ତା ଆସିଥିଲା। ଏହା ପରେ ସେ ସୁନା ସହ ହୀରା ବ୍ୟବହାର କରି ସ୍ୱତନ୍ତ୍ର ମାସ୍କ ତିଆରି କରିଥିଲେ। ପରେ ଏହି ମାସ୍କର ଚାହିଦା ବଢିଲା। ତେବେ ଗ୍ରାହକଙ୍କ ମନ ମୁତାବକ ସୁନା ଓ ହୀରା ବ୍ୟବହାର କରାଯାଇ ଏପରି ମାସ୍କ ତିଆରି କରାଯାଉଥିବା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.