Below header

ମହଙ୍ଗା ପଡ଼ିଲା ଦୁର୍ନୀତି, ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଭୁବନେଶ୍ବର(କେନ୍ୟୁଜ୍):  ମହଙ୍ଗା ପଡ଼ିଲା ଦୁର୍ନୀତି। ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ସେମାନେ ହେଲେ ଢେଙ୍କାନାଳରେ ଓଡ଼ିଶା ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସ- OTESରେ କାର୍ଯ୍ୟରତ RTO ବସନ୍ତ ବେହେରା ଓ ଡେପୁଟୀ ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗ। ଏମାନଙ୍କ ନାଁରେ ଥିଲା ଭିଜିଲାନ୍ସ ମାମଲା। OTES RTO ବସନ୍ତ ପଣ୍ଡାଙ୍କ ନାଁରେ ରହିଛି ଦୁଇଟି ଭିଜିଲାନ୍ସ ମାମଲା। କୋଟିପତି ସରକାରୀ ଅଧିକାରୀ ବସନ୍ତ ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯାଗରେ ୨୦୧୮ ମସିହାରେ ତାଙ୍କ ଘରେ ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ବସନ୍ତଙ୍କ ପାଖରୁ ମୋଟ୍‌ ୩ କୋଟି ୬୧ ଲକ୍ଷ ୧୯ ହଜାର ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଭୁବନେଶ୍ୱର ଓ କଟକରେ ଘର ଓ ପ୍ଲଟ ସହ ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌ ଥିଲା। ମର୍ସିଡେଜ୍‌ ବେଞ୍ଚ, ହୁଣ୍ଡାଇ I-10, ମହିନ୍ଦ୍ରା XUV, ଟୋୟୋଟା ଇନୋଭା ଭଳି ଲକଜୁରୀ ଗାଡ଼ି ବି ଜବତ ହୋଇଥିଲା। ନଗଦ ୩ ଲକ୍ଷ ୪୪ ହଜାର ଟଙ୍କା ଓ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ବି ଜବତ ହୋଇଥିଲା। ସେହିପରି ଅବକାରୀ ଡେପୁଟୀ କମିଶନର ଦିଲ୍ଲୀପ କୁମାର ନାଗଙ୍କୁ ବି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। ୨୦୧୨ରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଜବତ ହୋଇଥିଲା ୧ କୋଟି ୫୦ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି । ରେଡ୍‌ ବେଳେ ଦିଲ୍ଲୀପଙ୍କ ଘରୁ ୪୭ ଲକ୍ଷ ୫୦ ହଜାର ନଗଦ ଟଙ୍କା ମିଳିଥିଲା। ୨୦୧୨ ନଭେମ୍ବରରୁ ୨୦୧୫ ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କୁ ଚାକିରିକୁ ନିଲମ୍ବିତ ବି କରିଥିଲେ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.