ଟ୍ରେନରୁ ଖସିପଡିଲେ ପେଡା ବ୍ୟବସାୟୀ, କଟିଗଲା ଦୁଇଗୋଡ଼

ଯାଜପୁର,(କେ ନ୍ୟୁଜ) : ଟ୍ରେନରୁ ଖସିପଡି କଟିଗଲା ପେଡା ବ୍ୟବସାୟୀଙ୍କ ଦୁଇଗୋଡ଼। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲା ଗଡ଼ମଧୁପୁର ଷ୍ଟେସନରେ। ଧର୍ମଶାଳା ଥାନା ଥାନୁଆଳ ଗ୍ରାମର ପେଡା ବ୍ୟବସାୟୀ ଗୁଣନିଧି ଦୋରା (୫୫) ସବୁଦିନ ପରି ଆଜି ଗଡ଼ମଧୁପୁର ଷ୍ଟେସନକୁ ଯାଇ ଟ୍ରେନରେ ଚଢୁଥିବା ସମୟରେ ଅସାବଧାନତାବଶତଃ ଟ୍ରେନରୁ ଖସି ପଡ଼ିଥିଲେ। ଏହି ସମୟରେ ପୁରୀ-ହାଓଡ଼ା ଟ୍ରେନଟି ଷ୍ଟେସନ ଛାଡୁଥିବା ବେଳେ ଗୁଣନିଧିଙ୍କ ଗୋଡ଼ ଦୁଇଟି ଟ୍ରେନ ଚକାତଳେ ରହିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ଜଣେ ଗରିବ ଶ୍ରେଣୀର ବ୍ୟବସାୟୀ ହୋଇଥିବାରୁ ତାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.