ଦାମଙ୍କ ପରେ ମୁହଁ ଖୋଲିଲେ ପୁଅ ସମ୍ବିତ ରାଉତରାୟ, କିହିଲେ BJPରେ କେବଳ ୟୁଜ୍‌ ଆଣ୍ଡ ଥ୍ରୋ କରାଯାଏ

ଭୁବନେଶ୍ବର(କେନ୍ୟୁଜ୍): ବିଜେପିରେ ଦାମୋଦର ରାଉତ ଅଲୋଡ଼ା ପ୍ରସଙ୍ଗରେ ମୁହଁ ଖୋଲିଲେ ତାଙ୍କ ପୁଅ ବିଧାୟକ ସମ୍ବିତ ରାଉତରାୟ । ସେ କହିଛନ୍ତି, ‘BJD-BJP ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ । ‘BJD ସବୁବେଳେ ଗୁଣି ଲୋକଙ୍କୁ ଚିହ୍ନେ ।
‘BJDରେ ଯଥେଷ୍ଟ ସମ୍ମାନ ମଧ୍ୟ ଦିଆଯାଏ । ‘କିନ୍ତୁ BJPରେ ଏହା ନାହିଁ । BJPରେ କେବଳ ୟୁଜ୍‌ ଆଣ୍ଡ ଥ୍ରୋ କରାଯାଏ । ବାପାଙ୍କ ଭଳି ନୀତିବାନ, ସ୍ପଷ୍ଟବାଦୀ ନେତା କେମିତି BJPରେ ଆଡଜଷ୍ଟ କରିପାରିବେ । BJPରେ କିଛି ନୀତି ନିୟମ ନାହିଁ ।ତେଣୁ ସେ ଦଳ ପାଇଁ ବାପା ପ୍ରଚାର କଲେ ଭଲ ଲାଗିବନି । ଏଥିପାଇଁ ‘ମୁଁ ପ୍ରଥମରୁ ବିରୋଧ କରୁଥିଲି ବୋଲି ସମ୍ବିତ ରାଉତରାୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.