ହସପିଟାଲରେ ଦୀପିକା, ଖୁବଶୀଘ୍ର ଠିକ୍‌ ହେବା ନେଇ ଫ୍ୟାନ କଲେ ପ୍ରାର୍ଥନା

ଦୀପିକା କକ୍‌ର ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ। ଟେଲିଭିଜନ୍ ଅଭିନେତ୍ରୀ ଦୀପିକା କକର୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୀପିକାଙ୍କ ସ୍ୱାମୀ ଶୋଏବ୍ ଇବ୍ରାହିମ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଶୋଏବ୍ ଦୀପିକାଙ୍କର ଭାରି ଯତ୍ନ ନିଅନ୍ତି ବୋଲି ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି। କିଛିଦିନ ପୂର୍ବରୁ ଶୋଏବ୍ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ଡାକ୍ତର ଦୀପିକାଙ୍କ ଟେମ୍ପରେଚର୍ ଚେକ୍ କରୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ଶୁଟିଂର ବ୍ୟସ୍ତ ସିଡ୍ୟୁଲ୍ ଯୋଗୁ ଦୀପିକା ତାଙ୍କ ସ୍ୱାସ୍ଥ୍ୟକୁ ସମୟ ଦେଇପାରୁନାହାନ୍ତି। ଏବେ ସେ ‘କାହାଁ ହମ୍ କାହାଁ ତୁମ୍’ ସିରିଏଲରେ ସୋନାକ୍ଷୀ ଚରିତ୍ରରେ ଅଭିନୟ କରୁଛନ୍ତି।

s

ସୂଚନାଯୋଗ୍ୟ, ଦୀପିକା ତାଙ୍କ କୋ-ଷ୍ଟାର୍ ଶୋଏବ୍ ଇବ୍ରାହିମଙ୍କୁ  ୨୦୧୮ ଫେବୃଆରୀ ମାସରେ ବିବାହ କରିଥିଲେ। ସିରିଏଲ୍ ‘ଶଶୁରାଲ୍ ସିମର୍ କା’ରେ ଜଣେ ସଂସ୍କାରୀ ବୋହୂ ‘ସିମର୍ ଭରଦ୍ୱାଜ’ ଚରିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ପାଖରେ ଲୋକପ୍ରିୟ ହୋଇଥିଲେ। ଏହାସହ ଗତବର୍ଷ ଦୀପିକା ‘ବିଗବସ୍‌ ୧୨’ରେ ବିଜୟୀ ହୋଇଥିଲେ।

Leave A Reply

Your email address will not be published.