Below header

କଟକରେ ଆରମ୍ଭ ହୋଇଛି ମିଶନ ଜିରୋ-ଏଫ, ଏଥିପାଇଁ ଫିକା ପଡିବ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂଜା ଛୁଟି

କଟକ(କେନ୍ୟୁଜ୍):  ମିଶନ ଏଫ ପାଇଁ ଫିକା ପଡିବ କଟକ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂଜା ଛୁଟି। କାରଣର କଟକରେ ଆରମ୍ଭ ହୋଇଛି ମିଶନ ଜିରୋ-ଏଫ। ଅର୍ଥାତ ମିଶନ ଜିରୋ ଫେଲ୍‌ । ଦଶମ ଶ୍ରେଣୀରେ ପାଠ ପଢାଉଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ପୂଜା ଛୁଟି ବାତିଲ ହୋଇଛି। ତେବେ ସଂପୃକ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ଆସନ୍ତା ୫ ତାରିଖରୁ ୮ ତାରିଖ ଯାଏ ସରକାରୀ କ୍ୟାଲେଣ୍ଡରରେ ପ୍ରଦତ୍ତ ଛୁଟି ବିନା ଆଉ କୌଣସି ଛୁଟି ନେଇପାରିବେ ନାହିଁ । ଏଥିପାଇଁ ଗାନ୍ଧୀ ଜୟନ୍ତୀରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆରମ୍ଭ ହୋଇଛି ରିମେଡିଆଲ କ୍ଲାସ। ପୂଜା ଛୁଟି ସମୟରେ ଏହି କ୍ଲାସ ଚାଲିବ। ଏଥିପାଇଁ ସମଗ୍ର ଜିଲ୍ଲାରେ ଦଶମ ଶ୍ରେଣୀର ଶିକ୍ଷକଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦଶରା ଛୁଟି ବାତିଲ ହୋଇଛି। ଲିଖିତ ଅନୁମତି ବିନା ମୁଖ୍ୟାଳୟ ଛାଡି ନ ଯିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବ୍ଲକ ଶିକ୍ଷା ଅଧିକାରୀମାନେ ଯେ କୌଣସି ସମୟରେ ସ୍କୁଲଗୁଡିକର ପରିଦର୍ଶନରେ ଯାଇ ଶିକ୍ଷକଶକ୍ଷୟିତ୍ରୀଙ୍କ ଉପସ୍ଥିତି ଯାଞ୍ଚ କରିବେ। କୌଣସି ଅବହେଳା ଜଣା ପଡିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ମିଶନ ଏଫର ସଫଳ ରୂପାୟନ ପାଇଁ ସମସ୍ତେ ଯତ୍ନବାନ ହେବାକୁ କୁହାଯାଇଛି। ମିଶନରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ଶିକ୍ଷକଶିକ୍ଷୟିତ୍ରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ପୁରସ୍କୃତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.