Below header

ଏଠି ବିବାହ ନ କଲେ ପୁରୁଷଙ୍କୁ ଦେବାକୁ ପଡୁଥିଲା ଟାକ୍ସ, କୁଆଁରା ରହିବା ଥିଲା ବଡ଼ ଅପରାଧ

ଆଜିର ଦିନରେ ଦୁନିଆର ପ୍ରତ୍ୟେକ ଦେଶରେ ଜନସଂଖ୍ୟା ବୃଦ୍ଧିକୁ ନେଇ କିଛି ନା କିଛି ନିୟମକାନୁନ୍‌ ବନାଯାଉଛି। କେତେକ ଦେଶରେ ଲୋକେ ଏ ନେଇ ସଚେତନତା ସୃଷ୍ଟି କରୁଛନ୍ତି। ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଜରୁରୀ ପଦକ୍ଷେପ ମଧ୍ୟ ନେଉଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ନିୟମ ଲାଗୁ ହେବା ପରେ ସେହି ଦେଶରେ କେହି ବି କୁଆଁରା ରହିନାହାନ୍ତି।

ମିଳିଥିବା ସୂଚନା ମୁତାବକ, ୧୯୭ ବର୍ଷ ପୂର୍ବେ ଆମେରିକାର ଏକ ଷ୍ଟେଟ୍‌ ମିଞ୍ଜରୀରେ ଅଜବ ନିୟମ ଲାଗୁ କରାଯାଇଥିଲା, ଯାହାକି ସମସ୍ତଙ୍କୁ ଚକିତ କରିଦେଇଥିଲା। ନିୟମଟି ହେଲା, ଦେଶରେ କେହି କୁଆଁରା ରହିଲେ, ତାଙ୍କ ଉପରେ ଟାକ୍ସ ଲଗାଯିବ। ଏହି ନିୟମ ୨୧ ବର୍ଷର ଯୁବକଙ୍କଠାରୁ ଆରମ୍ଭ କରି ୫୦ ବର୍ଷର କୁଆଁରା ପୁରୁଷଙ୍କ କ୍ଷେତ୍ରରେ ବି ପାରିତ କରାଯାଇଥିଲା।

wedding

ସବୁଠାରୁ ବଡ଼ କଥା ଥିଲା ଯେ ସେହି ସମୟରେ ସେନାରେ ଲୋକଙ୍କ ଆବଶ୍ୟକତା ଥିଲା। ହେଲେ ଏପଟେ ଦେଶରେ ଜନସଂଖ୍ୟା ବହୁତ କମ୍‌ ଥିଲା। ଏଭଳି ସ୍ଥିତିରେ ଛୁଆ ଜନ୍ମ କରିବାକୁ ଲୋକଙ୍କୁ ଚାପ ପକାଯାଉଥିଲା। ଆଉ ଏଥିପାଇଁ ବିବାହକୁ ସମସ୍ତଙ୍କ ପାଇଁ ଜରୁରୀ କରି ଦିଆଯାଇଥିଲା। ବିବାହ ଏବଂ ପରିବାର ଭଲ ଲୋକଙ୍କ ପରିଚୟ ବୋଲି ଧରାଯାଉଥିଲା। ଯଦି କେହି ବିବାହ ପାଇଁ ରାଜି ହେଉ ନ ଥିଲେ, ତା’ହେଲେ ତାଙ୍କ ନୈତିକତା ଉପରେ ପ୍ରଶ୍ନ ଉଠୁଥିଲା।

ଏହାସହ ପଢ଼ନ୍ତୁ: ରାସ୍ତା ଝାଡ଼ୁ କରୁଥିବା ଏହି ଯୁବତୀ ରାତାରାତି ବନିଗଲେ ସୁପର ମଡେଲ୍‌!

ରୋମାନ୍‌ ସାମ୍ରାଜ୍ୟରେ ମଧ୍ୟ ଏମିତି ଏକ କାନୁନ୍‌ ଥିଲା। ଅଗଷ୍ଟସ୍‌ ସିଜର୍‌ଙ୍କ ସମୟରେ ଅର୍ଥାତ୍‌ ୯ମ ଶତାବ୍ଦୀରେ ଏଭଳି ନିୟମକାନୁନ୍‌ ରୋମରେ ଚାଲୁଥିଲା। ଅଗଷ୍ଟସ୍‌ ଚାହୁଁଥିଲେ, ସମସ୍ତେ ବିବାହ କରି ଛୁଆ ଜନ୍ମ କରନ୍ତୁ। ୨ ବର୍ଷରୁ ଆରମ୍ଭ କରି ୬୦ ବର୍ଷର କୁଆଁରା ଏବଂ ଛୁଆ ନ ଥିବା ପୁରୁଷଙ୍କୁ ଜରିମାନା ଦେବାକୁ ପଡ଼ୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.