Below header

ଓଜନ କମ୍‌ କରେ ଚିନାବାଦାମ, ପ୍ରତିଦିନ ଖାଆନ୍ତୁ ଏବଂ ପାଆନ୍ତୁ ଏହାର ଫାଇଦା

ଚିନାବାଦାମକୁ ଆମେ ଅନେକ ଖାଦ୍ୟରେ ବ୍ୟବହାର କରିଥାଉ। ଶୀତ ଦିନରେ ଲୋକମାନେ ଏହାକୁ ବହୁତ ଖାଇଥାନ୍ତି। ଏଥିରେ ଅଧିକ ପରିମାଣର ପ୍ରୋଟିନ ରହିବା ସହିତ ଅନ୍ୟ ପୋଷକ ତତ୍ତ୍ୱ ରହିଛି। ଏହାଛଡା ମୋଟାପଣ କମ୍‌ କରିବା ପାଇଁ ପ୍ରତିଦିନ ବାଦାମ ଖାଆନ୍ତୁ। ଏଥିରେ ଏପରି ଗୁଣ ରହିଛି ଯାହା ଆପଣଙ୍କ ଓଜନ କରିବାରେ ସହାୟକ ହୋଇଥାଏ।

peanut

ଆମର ସୁସ୍ଥ ଜୀବନ ପାଇଁ ଶରୀରରେ ମେଟାବଲୋଜିମ ସଠିକ୍‌ ରହିବା ଆବଶ୍ୟକ। ଯାହାର ମେଟାବଲୋଜିମ ସଠିକ୍‌ ଭାବେ କାମ କରିଥାଏ, ସେମାନେ ସୁସ୍ଥ ରହିଥାନ୍ତି। ଏମିତି ଲୋକ ଅନେକ ଗମ୍ଭୀର ରୋଗରୁ ମଧ୍ୟ ନିଜକୁ ବଞ୍ଚାଇ ରଖିପାରନ୍ତି। ମେଟାବୋଲଜିମ ସଠିକ ରହିବା ଯୋଗୁଁ ଆମର କୌଣସି ଅଙ୍ଗରେ କାର୍ବୋ ହାଇଡ୍ରେଟ ଜମା ହୋଇ ରହେ ନାହିଁ। କାର୍ବୋ ହାଇଡ୍ରେଟ ବଡିବା ଯୋଗୁଁ ଆମ ଶରୀରର ଓଜନ ବୃଦ୍ଧି ହୋଇଥାଏ। ଚିନାବାଦାମ ଖାଇବା ଦ୍ୱାରା ଶରୀରର ମେଟାବଲୋଜିମ ବୃଦ୍ଧି ପାଇଥାଏ।

penut

ବାଦାମରେ ଲୋ କାର୍ବୋ ହାଇଡ୍ରେଟ୍‌ ରହିଥାଏ। ଏହାକୁ ଖାଇବା ଦ୍ୱାରା ପେଟ ଭର୍ତ୍ତି ଭର୍ତ୍ତି ଲାଗିଥାଏ। ଏଥିପାଇଁ ଆପଣଙ୍କ ଓଜନ ସନ୍ତୁଳନ ରହିଥାଏ।
ବାଦାମରେ ପ୍ରୋଟିନ ଭରପୂର ମାତ୍ରାରେ ରହିଛି। ଏହାଛଡା ବାୟୋଟିନ, ତମ୍ବା, ପୋଟାସିୟମ, ଫୋଲେଟ, ନିୟାସିନ, ଥିୟାମିନ ଏବଂ ଭିଟାମିନ ଇ ରହିଛି । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରରେ ମିଳୁଥିବା ମନୋଅନସେଞ୍ଚୁରେଡେଟ ଫ୍ୟାଟକୁ କମ୍‌ କରିବାରେ ସହାୟକ ହୋଇଥାଏ। ଏହା କ୍ୟାଲୋରୀ ହଟାଇବାରେ ବେଶ ସହାୟକ ହୋଇଥାଏ। ଏଥିପାଇଁ ଓଜନ କମ୍‌ କରିବାରେ ଚିନାବାଦମ ସହାୟକ ହୋଇଥାଏ।

ଏହାସହ ପଢ଼ନ୍ତୁ ; ଚର୍ବି କମ୍‌ କରିବା ସହ ଓଜନ ନିୟନ୍ତ୍ରଣ କରେ ନାଲି ଚା’

ଏହାଛଡା ଏଥିରେ ଲୋ ଇସଲ୍ୟୁବଲ ଡାଇଟ୍ରି ଫାଇବର ରହିଛି, ଯାହା ଓଜନ କମ୍‌ କରେ। ତେଣୁ କରି ଓଜନକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ପ୍ରତିଦିନ ବାଦାମ ଖାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.