ବିଶ୍ୱ କବି ମହାକୁମ୍ଭର ଆଜି ତୃତୀୟ ଦିନ, ଅର୍କକ୍ଷେତ୍ର କୋଣାର୍କରେ ଚାଲିଛି ପର୍ଯ୍ୟଟନ କବିତା ପାଠୋତ୍ସବ

ଭୁବନେଶ୍ବର(କେନ୍ୟୁଜ୍):  ବିଶ୍ୱ କବି ମହାକୁମ୍ଭର ଆଜି ତୃତୀୟ ଦିନ। ଅର୍କକ୍ଷେତ୍ର କୋଣାର୍କରେ ଚାଲିଛି ପର୍ଯ୍ୟଟନ କବିତା ପାଠୋତ୍ସବ । ଇଂରାଜୀ, ସ୍ପାନିଶ ଓ ଚାଇନିଜ କବିତାର ସମାନ୍ତରାଳ କବିତା ପାଠୋତ୍ସବ କରାଯାଉଛି। ପୂର୍ବତନ ପର୍ଯ୍ୟଟନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ପ୍ରାରମ୍ଭିକ ସେସନରେ କୋଣାର୍କ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। କୋଣାର୍କକୁ କିଭଳି ଭାବରେ ପୁନରୁଦ୍ଧାର କରାଯିବ ଓ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହୋଇପାରିବ ସେ ଦିଗରେ ଉଦ୍ୟମ କରାଯାଉଥିବା କହିଛନ୍ତି। ସେ ନିଜେ ପର୍ଯ୍ୟଟନ ସଚିବ ଥିବା ସମୟରେ କୋଣାର୍କକୁ ନେଇ ଅନେକ କାର୍ଯ୍ୟକ୍ରମ ହୋଇଥିବା ଆର. ବାଲକ୍ରିଷ୍ଣନ ସୂଚନା ଦେଇଛନ୍ତି।

wcp3ବିଶ୍ୱ କବି ମହାକୁମ୍ଭର ତୃତୀୟ ଦିବସରେ ପାରମ୍ପରିକ ନୃତ୍ୟ ଗୀତରେ କବିମାନଙ୍କୁ ସ୍ୱାଗତ କରାଯାଇଥିଲା। ନୋବେଲ ବିଜେତା ତଥା ୱାର୍ଲଡ ଏକାଡେମୀ ଅଫ ଆର୍ଟ ଆଣ୍ଡ କଲ୍‌ଚରର ପ୍ରଥମ ଉପସଭାପତି ଏରନେଷ୍ଟ କାହାନ ନୃତ୍ୟଗୀତରେ ଝୁମି ଉଠିଥିଲେ। ଏନେଇ ଅନ୍ୟ ପ୍ରତିନିଧିମାନେ ମଧ୍ୟ ବେଶ ଖୁସିଥିବା ମତ ରଖିଛନ୍ତି। ଓଡ଼ିଶାର ପର୍ଯ୍ୟଟନ ବିଭବ ସମ୍ପର୍କରେ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା କବିମାନଙ୍କୁ ଅବଗତ କରାଇବା ପାଇଁ ଏଭଳି ଆୟୋଜନ କରାଯାଇଛି ।

ଆସନ୍ତାକାଲି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ଆଧ୍ୟାତ୍ମିକ କବିତା ପାଠୋତ୍ସବ। ୬ ତାରିଖରେ ଉଦ୍‌ଯାପନୀ ସମାରୋହ। କିଟ୍‌ ପରିସରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଦିନ ମଧ୍ୟ ପ୍ରତିଫଳନ କବିତା ପାଠୋତ୍ସବ ହେବ । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ।

ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ପଶୁ ସମ୍ପଦ, ମତ୍ସ୍ୟ ଓ ଗୋପାଳନ ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେବେ। ଗତକାଲି ଓଡ଼ିଆ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.