Below header

ସାହସପୁରର ସାହସୀ ଝିଅ ତୃପ୍ତିମୟୀଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଓ ସଦର ଥାନା ପୋଲିସ୍ ପକ୍ଷରୁ ଶୁଭେଚ୍ଛା, ନିର୍ଭୟରେ କରିଥିଲେ ଡକାୟତଙ୍କ ସାମ୍ନା

କେନ୍ଦ୍ରାପଡା : ସାହସପୁରର ସାହସୀ ଝିଅକୁ ଶୁଭେଚ୍ଛା । କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ସାହସପୁର ଗାଁର ତୃପ୍ତିମୟୀ ବଳଙ୍କୁ ଶୁଭେଛା ଜଣାଇଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ଓ ସଦର ଥାନା ପୋଲିସ। କେନ୍ଦ୍ରାପଡ଼ା ପୋଲିସ ତରଫରୁ ପାଠ ପଢିବା ପାଇଁ ତାଙ୍କୁ ମୋବାଇଲ ଦିଆଯାଇଛି। ଗାଁ ଲୋକଙ୍କ ପାଖରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି।

trupti brave girlଗତ ୨୫ ତାରିଖରେ ଘରକୁ ଫେରୁଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ତୃପ୍ତିଙ୍କ ଠାରୁ ସୁନା ଅଳଙ୍କାର ଛଡାଇ ନେବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କୁ ନଡରି ସାମ୍ନା କରିଥିଲେ ତୃପ୍ତି । ଡକାୟତଙ୍କ ସହ ଲଢେଇ କରି ନିଜ ଅଳଙ୍କାର ଫେରାଇ ଆଣିଥିଲେ । ଏହି ଖବର ପ୍ରସାରଣ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.