ବରୁଣ ଧଓ୍ଵନ୍‌ଙ୍କ ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହେବେ ଶ୍ରଦ୍ଧା କପୁର, ଜାଣନ୍ତୁ କିଏ ସେହି ଭାଗ୍ୟଶାଳୀ ବ୍ୟକ୍ତି

ବଲିଉଡ୍‌ରେ ଏବେ ବାହାଘର ସିଜନ୍‌ ଚାଲିଛି। ନିକଟରେ ବରୁଣ ଧଓ୍ଵନ୍‌ ନିଜ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି। ତେବେ ଏବେ ଖବର ଆସିଛି ଯେ ବଲିଉଡ୍‌ ଷ୍ଟାର ଶ୍ରଦ୍ଧା କପୁର ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏନେଇ ଶ୍ରଦ୍ଧା କପୁରଙ୍କର ବନ୍ଧୁ ବରୁଣ ଧଓ୍ଵନ୍‌ ହିଁ ସୂଚନା ଦେଇଛନ୍ତି।

ବରୁଣ ଧଓ୍ଵନ୍‌ ଏବେ ନିଜ ବିବାହ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ନିଜେ ବିବାହ କରିସାରିବା ପରେ ବରୁଣ ପିଲାବେଳର ସାଙ୍ଗ ଶ୍ରଦ୍ଧା କପୁରଙ୍କ ବିବାହକୁ ନେଇ ମଧ୍ୟ ଖୁଲାସା କରିଛନ୍ତି। ସେ କଥା କଥାରେ ଶ୍ରଦ୍ଧାଙ୍କ ବିବାହ ବିଷୟରେ କହିଛନ୍ତି। ସୋସିଆଲ ମିଡିଆରେ ସେ ଏହି ହିଣ୍ଟ୍‌ସ ଦେଇଛନ୍ତି।
ପ୍ରକୃତ କଥାଟି ହେଉଛି, ବରୁଣଙ୍କ ବିବାହ ପରେ ଶ୍ରଦ୍ଧା କପୁରଙ୍କ ବୟଫ୍ରେଣ୍ଡ କୁହାଯାଉଥିବା ରୋହନ ଶ୍ରେଷ୍ଠା ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

varun
Image Credit: instagram

ରୋହନ ଲେଖିଥିଲେ ଅଭିନନ୍ଦନ ‘VD ଓ Nats , ଯେତେବେଳେ ଆପଣଙ୍କୁ ଜଣାପଡ଼େ ଓ ଜଣାପଡ଼ି ହିଁ ଯାଏ… VD ତୁମେ ଭାଗ୍ୟଶାଳୀ’। ଏହାର ଜବାବରେ ବରୁଣ ଲେଖିଛନ୍ତି- ‘ମୁଁ ସତରେ ଭାଗ୍ୟଶାଳୀ! ଆଶା କରୁଛି ତୁମେ ବି ପ୍ରସ୍ତୁତ ଅଛ’।

ପ୍ରକାଶ ଯେ ଶ୍ରଦ୍ଧା କପୁର ଓ ରୋହନଙ୍କ ପ୍ରେମ ସମ୍ପର୍କ ବେଶ୍‌ ଚର୍ଚ୍ଚାରେ ରହିଛି। ସେମାନେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। ଉଭୟଙ୍କୁ ଏକାଠି ଅନେକ ପାର୍ଟି, ଉତ୍ସବ, ବାଇକ୍‌ ରାଇଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି।

You might also like