Below header

ସୁବର୍ଣ୍ଣପୁର: ଗଣେଶ ପୂଜା ଭସାଣ ବେଳେ ଗଣ୍ଡଗୋଳ, ଢେଲା ପଥର ମାଡ଼ରେ ଦୁଇ ଗୋଷ୍ଠୀର ୧୫ରୁ ଅଧିକ ଆହତ

ସୁବର୍ଣ୍ଣପୁର: ଗଣେଶ ପୂଜା ଭସାଣ ବେଳେ ଗଣ୍ଡଗୋଳ। ଢେଲା ପଥର ମାଡ଼ରେ ଦୁଇ ଗୋଷ୍ଠୀର ୧୫ରୁ ଅଧିକ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଡି ଗାଁରେ ଏହି ଅଘଟଣ ଘଟିଛି। ମୁର୍ଷୁଣ୍ଡି ଗାନ୍ଧୀପଡ଼ା ଯୁବକ ଜ୍ୟୋତି ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଭସାଣ ଉତ୍ସବ ଗାନ୍ଧୀ ପଡାରୁ ବାହାରି ଟିକ୍ରାପଡାରେ ପହଞ୍ଚିବା ସମୟରେ ଗଣ୍ଡଗୋଳ ହୋଇଥିଲା। ଟିକ୍ରାପଡାର କିଛି ଯୁବକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିବାଦ ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଦ୍ୟରେ ମାଡପିଟ ସହ ଢେଲା ପଥର ମାଡ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ବୀରମହାରାଜପୁର ଥାନାରେ ଏତଲା ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.