Below header

ଠିଆ ହେବାକୁ ଅସମର୍ଥ ଦୁଇ ଭାଇ ମୁକେଶ ଓ ଆକାଶ, ଦେଖିଲେ ଆଖିର ଲୁହ ରୋକି ହେବ ନାହିିଁ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଘରେ ବଢୁଛନ୍ତି କୃଷ୍ଣ ବଳରାମଙ୍କ ଭଳି ଦୁଇ ଭାଇ । ବାପା ମାଆଙ୍କ ଖୁସି କହିଲେ ନସରେ ।  ଦୁଇଟି ପୁଅକୁ ପାଇ ସମସ୍ତେ ବହୁତ ଖସି। ଦୁଇ ପୁଅ ପାଠ ପଢିବେ, ବଡ ହେବେ, ଚାକିରି କରିବେ। ବାପା ମାଙ୍କର ଦୁଃଖ ସରିବ। କିନ୍ତୁ ଏସବୁ ନିୟତି ପାଖରେ ହାର ମାନିଯାଏ। ଯେତେବେଳେ ଜଣାପଡେ ଦୁଇ ପୁଅ କୌଣସି ଅଜଣା ରୋଗରେ ପୀଡିତ। ଦେଖୁ ଦେଖୁ ଭିନ୍ନ କ୍ଷମ ହୋଇଗଲେ ସୁସ୍ଥ ଥିବା ଦୁଇ ପୁଅ। ଦୁହେଁ ଚାଲିବା ତ ଦୂରର କଥା, ଠିଆ ହେବାକୁ ମଧ୍ୟ ଅସମର୍ଥ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ନନ୍ଦିକ ଗ୍ରାମର ଶଙ୍କର ସେଠୀଙ୍କର ଦୁଇ ପୁଅ। ବଡ ପୁଅ ମୁକେଶ ଏବଂ ସାନ ପୁଅ ଆକାଶ। ଶଙ୍କର ଗାଁରେ ମୁଲ ଲାଗି ପରିବାରର ମୂଲ ଲାଗି ପେଟ ପୋଷନ୍ତି । ତେଣୁ ଦୁହିଁଙ୍କୁ ପାଠ ପଢିବା ପାଇଁ ଶଙ୍କର ସ୍ଥାନୀୟ ବିଦ୍ୟାଳୟରେ ନାମ ଲେଖାଇ ଥିଲେ। ମୁକେଶଙ୍କୁ ୭ ବର୍ଷ ଏବଂ ଆକାଶଙ୍କୁ ୬ ବର୍ଷ ହୋଇଥିବା ବେଳେ କେଉଁଠୁ କେଜାଣି ମାଡ଼ି ଆସିଲା ଏଇ ଅସାଧ୍ୟ ରୋଗ । ଅଜଣା ରୋଗରେ ଆକ୍ରାନ୍ତ ହେଲେ ଦୁହେଁ। ସେବେଠାରୁ ଚାଲବୁଲ କରିବା ତ ଦୂରର କଥା ଠିକ୍‌ରେ ଠିଆ ମଧ୍ୟ ହୋଇପାରୁ ନାହାନ୍ତି ମୁକେଶ ଏବଂ ଆକାଶ। ମୁକେଶକୁ ଏବେ ୧୨ ବର୍ଷ ଚାଲିଥିବା ବେଳେ ଆକାଶଙ୍କୁ ମାତ୍ର ୧୦ ବର୍ଷ। ମୂଲ ଲାଗି ଚଳୁଥିବା ବେଳେ ପିଲାଙ୍କ ରୋଗର ଚିକିତ୍ସା ଲାଗି କେଉଁଠାରୁ ଅର୍ଥ ଆଣିବେ ତାହା ପାଇଁ ମୁଣ୍ଡରେ ହାତ ଦେଇଛନ୍ତି ଶଙ୍କର ଏବଂ ତାଙ୍କ ପତ୍ନୀ। ତଥାପି ଧାର ଉଧାର କରି ପିଲାଙ୍କୁ ବ୍ରହ୍ମପୁର ମେଡିକାଲ, ଭୁବନେଶ୍ୱର ଓ ବିଶାଖାପାଟଣାର ଘରୋଇ ହସପିଟାଲରେ ଚିକିତ୍ସା କରାଇଥିଲେ। ହେଲେ କିଛି ଫଳ ମିଳିଲା ନାହିଁ। ଦୁଇ ପୁଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିବା ବାପା ମାଙ୍କ ସବୁ ସ୍ୱପ୍ନ ଚୁରମାର ହୋଇ ଯାଇଛି। ତେଣୁ ସରକାରଙ୍କ ଆର୍ଥିକ ସାହାଯ୍ୟଙ୍କୁ ଅନାଇ ବସିଛନ୍ତି ଶଙ୍କର ଏବଂ ତାଙ୍କ ପତ୍ନୀ। ପୁଅ ଦୁହିଁଙ୍କୁ ଭଲ କରିବା ପାଇଁ ଏ ସଂପର୍କରେ ପ୍ରଶାସନିକ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେମାନେ ଚିକିତ୍ସା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସହାୟତା ଦେବାକୁ ଚାହୁଁଥିବା ବ୍ୟକ୍ତିମାନେ ଏଇ ଠିକଣାରେ ଯୋଗାଯୋଗ କରନ୍ତୁ ।
ଶଙ୍କର ସେଠୀ
ଗ୍ରାମଦେବତୀ ସାହି
AT/PO- ନନ୍ଦିକା,
ଭାୟା-ହିଞ୍ଜିଳିକାଟୁ
ଜିଲ୍ଲା ଗଞ୍ଜାମ
ପିନ୍‌-୭୬୧୧୦୨

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.