ଅସହାୟ କନକଲତା ଯାହାର ଠିକଣା ପାଲଟିଛି ବିଶ୍ରାମଗାର

ଗଞ୍ଜାମ: ଏଣେ ତେଣେ ବୁଲୁଛନ୍ତି କନକଲତା । କେଉଁଠୁ ଆସିଛନ୍ତି କେଉଁଆଡେ ଯିବେ, କିଛି ଜାଣି ନାହାନ୍ତି । ପାଖରେ ନିଜର ବୋଲି କହିବାକୁ କେହି ନାହାନ୍ତି । ଗଞ୍ଜାମ ଜିଲ୍ଳା ଚିକିଟି-ଦିଗପହଣ୍ଡି ରାସ୍ତାର ରତନେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ବିଶ୍ରାମଗାରରେ ରହନ୍ତି କନକଲତା ପାଣିଗ୍ରାହୀ । କନକଲତା ମାନସିକ ରୋଗରେ ଆକ୍ରାନ୍ତ । ଦିନେ କି ଦୁଇ ଦିନ ନୁହେଁ, ପାଖାପାଖି ବର୍ଷେ ହେବ ତାଙ୍କର ଏପରି ଅବସ୍ଥା ।

କେତେବେଳେ ମାନସିକ ଅବସ୍ଥା ସ୍ୱାଭାବିକ ହେଲେ କନକଲତା ନିଜ ସମ୍ପର୍କରେ କହନ୍ତି । ସେ ନିଜକୁ ବାଲେଶ୍ୱରର ବୋଲି ପରିଚୟ ଦିଅନ୍ତି । ପାଠପଢା ପରେ ନବରଙ୍ଗପୁର ଜିଲ୍ଲାରେ ଏଏନଏମ ଭାବେ ଚାକିରି କରିଥିଲେ କନକଲତା । ପରେ ଗଞ୍ଜାମକୁ ବଦଳି ହୋଇଥିଲା । ଏହା ମଧ୍ୟରେ ତାଙ୍କର ବିବାହ ମଧ୍ୟ ହୋଇଥିଲା । ଏଥିରୁ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତିି । ସ୍ୱାମୀଙ୍କ ଅକାଳ ବିୟୋଗ ପରେ କନକଲତାଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ପିଲା ଦୁଇଜଣ ସେମାନଙ୍କ କକାଙ୍କ ପାଖରେ ରହୁଥିବା କନକଲତା କୁହନ୍ତି ।

ଜଣେ ମାନସିକ ଅବସ୍ଥା ଭଲନଥିବା ମହିଳା ଦୀର୍ଘଦିନ ଧରି ଏପରି ଯାତ୍ରୀ ବିଶ୍ରାମାଗାରରେ ରହୁଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସାଧାରଣରେ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.