Below header

ହୋମଗାର୍ଡ଼ ଶ୍ୟାମ ସୁନ୍ଦରଙ୍କ ମହାନତା, ଦୁଇ ଅନାଥ ଝିଅଙ୍କୁ ଦେଲେ ନିଜ ଦରମାର ଅଂଶ

ଆଠଗଡ଼ (କେ ନ୍ୟୁଜ୍‌) : ଦୁଇ ଅନାଥ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲେ ଜଣେ ହୋମଗାର୍ଡ଼ । ଆଠଗଡ଼ ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତ ଅନ୍ତର୍ଗତ କଦଳୀବାଡ଼ି ହରିଜନ ସାହିର ଦୁଇ ଝିଅ ବାପା ମା’ଙ୍କୁ ହରାଇଛନ୍ତି । ସେମାନେ ଅନାଥ ହୋଇଯିବା ଖବର ପ୍ରସାରଣ ପରେ ସାହାଯ୍ୟର ହାତ ବଢ଼ି ଆସିଛି ସମ୍ବଲପୁରରୁ । ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ତାଳପା ଗାଁର ଶ୍ୟାମ ସୁନ୍ଦର ଦେହୁରୀ ଆଗେଇ ଆସିଛନ୍ତି ଆର୍ଥିକ ସହାୟତା ନେଇ ।
ଶ୍ୟାମ ସୁନ୍ଦର ରେଢ଼ାଖୋଲା ଥାନାରେ ଜଣେ ଗୃହରକ୍ଷୀ ଭାବରେ କାର୍ଯ୍ୟରତ । ପୋଲିସ ବିଭାଗରେ ସିନା ଛୋଟ କର୍ମଚାରୀ ହେଲେ ମନ ତାଙ୍କର ଖୁବ୍‌ ବଡ଼ । ନିଜର ମଣିଷ ପଣିଆ ଦେଖାଇଛନ୍ତି । ନିଜେ ଜଣେ ଦଳିତ ଶ୍ରେଣୀର । ତେଣୁ ଦୁଃଖ କଷ୍ଟ କଣ ଅନୁଭବ କରିଛନ୍ତି । ସେଥିଲାଗି ନିଜର ମାସିକ ପାରିଶ୍ରମିକ ଅର୍ଥରୁ ଅନ୍ୟ ପରିବାରକୁ ଦାନ କରିଛନ୍ତି । ତାଙ୍କର ଏହି କର୍ମ ପାଇଁ ସାରା ପୋଲିସ ବିଭାଗକୁ ଆଜି ଗର୍ବିତ ।

ତିଗିରିଆ ଅଞ୍ଚଳର ଦୁଇ ଝିଅ ଶାଳିନୀ ଏବଂ ରାନୀ ନିଜର ବାପା ମାଆଙ୍କୁ ହରାଇବା ପରେ ଅନାଥ ହୋଇ ଯାଇଥିଲେ । ଏହି ଖବର ଦେଖି ଶ୍ୟାମ ସୁନ୍ଦର ଆମ ଆଠଗଡ଼ ପ୍ରତିନିଧିଙ୍କୁ ଯୋଗାଯୋଗ କରି ଦୁଇ ଅନାଥ ପିଲାଙ୍କୁ ନିଜର ସମବେଦନା ଜଣାଇବା ସହିତ କିଛି ସାହାଯ୍ୟ କରିବା ପାଇଁ କହିଥିଲେ । ନିଜ ମାସିକ ଦରମାରୁ ୫ ହଜାର ଟଙ୍କା ସାହାଯ୍ୟ ନିମନ୍ତେ ଦେଇଛନ୍ତି । ଅର୍ଥର ପରିମାଣ ଛୋଟ ହୋଇପାରେ ହେଲେ ଶ୍ୟାମ ସୁନ୍ଦରଙ୍କ କର୍ମ ବହୁତ ବଡ଼ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.