Below header

ବିଧାନସଭା ଓ ଲୋକସଭାରେ ୩୩ % ମହିଳାଙ୍କୁ ସଂରକ୍ଷଣ ଦିଆଯାଉ ,ଐତିହାସିକ ସଂକଳ୍ପ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମହିଳା ସଶକ୍ତିକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଐତିହାସିକ ସଂକଳ୍ପ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ । ଆଜି ବିଧାନସଭାରେ ଆଜି ଏହାକୁ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଲେଖାଏଁ ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପରେ ପ୍ରସ୍ତାବ ରହିଛି । ଏହାକୁ ସମର୍ଥନ କରିବା ସହ ସର୍ବସମ୍ମତ କ୍ରମେ ପାରିତ କରିବା ପାଇଁ ଗୃହ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ଓଡ଼ିଶା ଅଧିକ ଗତିର ସହ ଦୃଢ଼ ଭାବରେ ଆଗକୁ ବଢ଼ିପାରିବ, ଯଦି ମହିଳାମାନଙ୍କୁ ବିଧାନସଭା ଓ ପାର୍ଲାମେଣ୍ଟରେ କାର୍ଯ୍ୟ କରିବାପାଇଁ ସୁଯୋଗ ମିଳିବ । ଓଡ଼ିଶାର ମହିଳାମାନେ ହେଉଛନ୍ତି ସଶକ୍ତ ଓ ରାଷ୍ଟ୍ର ନିର୍ମାଣରେ ନିଜ ଭୂମିକାକୁ ସେମାନେ ସଫଳ ଭାବରେ ନିର୍ବାହ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ମହିଳାଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.