ଅଚ୍ୟୁତାନନ୍ଦ ସାହୁଙ୍କ ବଡ଼ଭାଇ ପ୍ରଭାତଙ୍କୁ ମିଳିଲା ଚାକିରି, କିସ୍‌ରେ ହେଲଥ ସୁପରଭାଇଜର ପଦବୀରେ ନିଯୁକ୍ତି

ଭୁବନେଶ୍ବର : ଛତିଶଗଡର ଦାନ୍ତେୱାଡାରେ ମାଓ ହମଲାରେ ମୃତ ଓଡ଼ିଆ ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ବଡ଼ଭାଇ ପ୍ରଭାତଙ୍କୁ ଭୁବନେଶ୍ୱର କିସ୍‌ରେ ମିଳିଲା ଚାକିରି । କିସ୍‌ରେ ହେଲଥ ସୁପରଭାଇଜର ପଦବୀରେ ତାଙ୍କୁ ନିଯୁକ୍ତି ମିଳିଛି । ଏନେଇ କିସ୍‌ ପକ୍ଷରୁ ପ୍ରଭାତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏଥିପାଇଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ପ୍ରଭାତ ସାହୁ । ପ୍ରଭାତଙ୍କୁ ଚାକିରି ମିଳିଥିବାରୁ ପରିବାର ଲୋକ ମଧ୍ୟ ବେଶ ଖୁସି ଅଛନ୍ତି ।

ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ହିମାଞ୍ଜଳିଙ୍କୁ କିଟ୍‌ ଓ କିସ୍‌ ପକ୍ଷରୁ ଚାକିରୀ ଅଫର ଦିଆଯାଇଥିଲ । ତେବେ ପରିବାରରେ କେହି ରୋଜଗାରକ୍ଷମ ନଥିବାରୁ ବଡ ପୁଅକୁ ଚାକିରୀ ଦେବାକୁ ଅଚ୍ୟୁତାନନ୍ଦ ସାହୁଙ୍କ ବାପା ଡ. ସାମନ୍ତଙ୍କୁ ଅନୁରୋଧ କରିଥିଲେ । ଏହା ପରେ ଅଚ୍ୟୁତାନନ୍ଦ ସାହୁଙ୍କ ବଡଭାଇ ପ୍ରଭାତ ସାହୁଙ୍କୁ କିସ୍‌ରେ ଚାକିରି ମିଳିଛି । ଏନେଇ ଘୁଷୁରାମୁଣ୍ଡାରେ ଅଚ୍ୟୁତାନନ୍ଦ ସାହୁଙ୍କ ପରିବାର ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବଲାଙ୍ଗୀର ବ୍ୟୁରୋ ହେଡ ଚିତ୍ତରଞ୍ଜନ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.