Below header

ଝିଅ ଘରୁ ଫେରିଲା ବେଳେ ଟ୍ରକ୍ ଧକ୍କାରେ ବାପା ମୃତ, ମା ଗୁରୁତର ଆହତ

ସୋର (କେ ନ୍ୟୁଜ୍‌) : ଝିଅ ସହ ଶେଷ ଦେଖା କରିଥିଲେ ବାପା । ଫେରିଲା ବେଳେ ରାସ୍ତାରେ ଦୁର୍ଘଟଣା ଘଟିଲା ଆଉ ଜୀବନ ଚାଲିଗଲା ।
ବାଲେଶ୍ୱର ସୋର ନିକଟରେ ଦୁର୍ଘଟଣା ଘଟି ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି।
୧୬ନଂ ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡି ଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ସହିତ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ସ୍ବାମୀର ମୃତ୍ୟୁ ହୋଇଛି । ସ୍ତ୍ରୀ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ଭଦ୍ରକ ଅଞ୍ଚଳର ହବିଵୁର ରହେମାନ । ତାଙ୍କ ସ୍ତ୍ରୀ ସଇନା ଵିଵି ଆହତ ହୋଇଛନ୍ତି। ଏମାନେ ସୋର ସ୍ଥିତ ମୁଵାରକପୁରରୁ ତାଙ୍କ ଝିଅ ଘରୁ ଫେରୁଥିବା ବେଳେ ଏହି ଘଟିଛି ଦୁର୍ଘଟଣା । ସେମାନେ ଝିଅକୁ ଦେଖା କରି ଖୁସି ମନରେ ନିଜ ଘର ଭଦ୍ରକ ଫେରିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.