ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ୍, ଘୋଷଣା କଲେ ସୁନ୍ଦର ପିଚାଇ

ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ୍‌ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ । ଭାରତର ଡିଜିଟାଲ୍‌ ଅର୍ଥ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ଵିତ କରିବା ପାଇଁ ଗୁଗୁଲ୍‌ ଫର୍‌ ଇଣ୍ଡିଆ ଡିଜିଟାେଇସନ୍‌ ଫଣ୍ଡ ଘୋଷଣା କରିଛି । ଆଗାମୀ ୫ରୁ ୭ ବର୍ଷ ଭିତରେ ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁରୁଲ । ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ସୁନ୍ଦର ପିଚାଇ । ବିଭିନ୍ନ ପ୍ରସଙ୍ଗରେ ଦୁହେଁ ଆଲୋଚନା କରିଥିଲେ । ବିଶେଷ କରି ନୂଆ ଜ୍ଞାନକୌଶଳରେ ଭାରତର କୃଷକ, ଯୁବ ଗୋଷ୍ଠୀ ଓ ଉଦ୍ୟୋଗପତିଙ୍କୁ ସହଯୋଗ କରିବା ଦିଗରେ ମୋଦି ଓ ସୁନ୍ଦର ପିଚାଇ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.