ସମ୍ବଲପୁର ପୋଲିସକୁ ସଫଳତା,ବେଆଇନ ବନ୍ଧୁକ ବେପାରୀ ସମେତ ୨ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସକୁ ସଫଳତା । ବେଆଇନ ବନ୍ଧୁକ ବେପାରୀ ସମେତ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ସ୍କ୍ଵାର୍ଡ ଓ ଠେଲକୁଲି ପୋଲିସ । ଏହାସହ ୬ଟି ବନ୍ଧୁକ ଜବତ ହୋଇଛି। ଠେଲକୁଲି ପୋଲିସ ଓ ସ୍ୱତନ୍ତ୍ର ସ୍କ୍ଵାର୍ଡ ଭୂଷଣ ଷ୍ଟିଲ ସମ୍ମୁଖରେ ଗାଡି ଚେକିଂ କରୁଥିବା ସମୟରେ ସୁନାପାଲିର ମହମ୍ମଦ ସମ୍‌ସେରଙ୍କ ବାଇକ୍‌ରୁ ୪ଟି ବନ୍ଧୁକ ଜବତ କରିଥିଲା। ପରେ ସେ ଅନ୍ୟ ୨ଜଣଙ୍କୁ ବିକ୍ରି କରିଥିବା ବନ୍ଧୁକ ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.