କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ୭୨ତମ ସ୍ୱାଧୀନତା ଦିବସ

ଭୁବନେଶ୍ବର (କେ ନ୍ଯୁଜ୍) : କିଟ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ୭୨ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ସଂଗୀତ ଗାନ କରିଥିଲେ ଉପସ୍ଥିତ ଛାତ୍ରଛାତ୍ରୀ । ଯୁବପିଢ଼ି ଏକାଠି ହୋଇ ଦେଶ ପାଇଁ କିଛି ସ୍ୱତନ୍ତ୍ର କରିବାର ଶପଥ ନେବା ଆବଶ୍ୟକ ବୋଲି ଏହି ଅବସରରେ କିଟ୍ କୁଳପତି କହିଛନ୍ତି ।
ସେହିପରି କିସ୍ ବିଶ୍ୱବିଦ୍ୟାଳୟରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଛି । କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ସଭାପତି ଶାଶ୍ୱତୀ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କାଯ୍ୟକ୍ରମରେ ଉପସ୍ଥିତ ଥିବା କିସ୍ କର୍ମଚାରୀମାନଙ୍କୁ ମଧ୍ୟ ଉଦବୋଧନ ଦେଇଥିଲେ ମୁଖ୍ୟଅତିଥି । ସେ କହିଛନ୍ତି, ଦେଶର ସ୍ୱାଧୀନତା ପାଇଁ ବହୁ ମହାପୁରୁଷ ବଳିଦାନ ଦେଇଛନ୍ତି । ସେମାନଙ୍କୁ ମନେ ପକାଇବା ସହ ସବୁବେଳେ ଦେଶର ଉନ୍ନତି ପାଇଁ କାମ କରିବା ଆବଶ୍ୟକ । ଏହି ଅବସରରେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ଶତପଥୀ ଉପସ୍ଥିତ ଥିଲେ ।