କେରଳରେ ବର୍ଷାର ତାଣ୍ଡବ ଜାରି : ୪୪ ମୃତ

କେରଳ : ବର୍ଷାର ତାଣ୍ଡବ ଜାରି । ବର୍ତ୍ତମାନ ସୁଦ୍ଧା କେରଳରେ ୪୪ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ବି ପ୍ରବଳ ବର୍ଷା ଜାରି ରହିଛି । ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ୍ ଆଜି ଏକ ଜରୁରୀ ବୈଠକ ଡାକିଛନ୍ତି । ରାଜ୍ୟର ୩୯ଟି ଡ୍ୟାମ୍ରୁ ୩୩ଟି ଡ୍ୟାମ୍ ଖୋଲାଯାଇଛି । ଶନିବାର ଦିନ ୨ଟା ପର୍ୟ୍ୟନ୍ତ କୋଚି ଏୟାରପୋର୍ଟକୁ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ । ରାଜ୍ୟରେ ରେସ୍କ୍ୟୁ ଅପରେସନ୍ ଜୋରଦାର କରାଯାଇଛି । ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଉଛି । ସମୁଦ୍ର ତଟବର୍ତ୍ତୀ ଲୋକଙ୍କୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ଦ୍ରୁଷ୍ଟିରେ ରଖି ରାଜ୍ୟରେ ସବୁଠୁ ବଡ କୃଷି ଭିତ୍ତିକ ଉତ୍ସବ ’ଓନାମ’କୁ ପାଳନ ନକରିବାକୁ ଅନୁରୋଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.