Below header

ଜାକର୍ତ୍ତା ଏସୀୟ କ୍ରୀଡ଼ା ଆଉ ଦୁଇ ଦିନ : ଭାରତର ଖେଳାଳି ଅଧିକ ହେଲେ ସଫଳତା କମ୍‌

ନୂଆଦିଲ୍ଲୀ (କେନ୍ୟୁଜ୍‌) : ମଝିରେ ଦୁଇ ଦିନ ବାକି । ଇଣ୍ଡୋନେସିଆର ଜାକର୍ତ୍ତାରେ ଆରମ୍ଭ ହେବ ଅଷ୍ଟାଦଶ ଏସୀୟ କ୍ରୀଡ଼ା । ୩୬ଟି କ୍ରୀଡ଼ାରେ ଭାଗ ନେବେ ଭାରତର ୫୭୨ ଜଣ ପ୍ରତିଯୋଗୀ । ଏପର୍ଯ୍ୟନ୍ତ ମୋଟ୍‌ ୧୭ଟି ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେଲାଣି । ହେଲେ ଏସିଆ ମହାଦେଶର ଅନ୍ୟତମ ବୃହତ୍‌ ଦେଶ ଭାରତ ପଦକ ତାଲିକାରେ ମାତ୍ର ୭ ଥର ଶ୍ରେଷ୍ଠ ୫ଟି ଦଳ ମଧ୍ୟରେ ରହିଛି । ୧୯୫୧ କ୍ରୀଡ଼ାରେ ୫୧ ପଦକ ସହ ଦ୍ୱିତୀୟ, ଦିଲ୍ଲୀରେ ଆୟୋଜିତ ୧୯୮୨ କ୍ରୀଡ଼ାରେ ୫୭ ପଦକ ହାସଲ କରି ପଞ୍ଚମ ସ୍ଥାନରେ ରହିଥିଲା । ୬୭ ବର୍ଷ ଭିତରେ ଭାରତୀୟ କ୍ରୀଡ଼ାବିତ୍‌ ଜିତିଛନ୍ତି ୧୩୯ଟି ସ୍ୱର୍ଣ୍ଣ ସମେତ ମୋଟ୍‌ ୬୧୬ଟି ପଦକ । ୧୯୮୬ ସିଓଲ ଏସୀୟ କ୍ରୀଡ଼ା ପର୍ଯ୍ୟନ୍ତ ଭାରତକୁ ମିଳିଥିଲା ୮୨ଟି ସ୍ୱର୍ଣ୍ଣପଦକ । ତେବେ ଏହା ପରେ ଜିତିଛି ୫୭ଟି ସ୍ୱର୍ଣ୍ଣ । ଏକଥା ଉଠାଇବାର କାରଣ ଏଇଆ ଯେ ପୂର୍ବ ଅପେକ୍ଷା ଭାରତୀୟ ଖେଳାଳିମାନେ ସରକାରଙ୍କ ଠାରୁ ଅଧିକ ସୁବିଧା ପାଉଛନ୍ତି । ସରକାରୀ ଚାକିରୀ ଠାରୁ ଆରମ୍ଭ କରି ତାଲିମ ବାବଦ ସହାୟତା ମିଳୁଛି । କ୍ରୀଡ଼ା ଭିତ୍ତିଭୂମିରେ ମଧ୍ୟ ଉନ୍ନତି ଘଟିଛି । ତଥାପି କାହିଁକି ସେହି ଅନୁପାତରେ ସ୍ୱର୍ଣ୍ଣ ପଦକ ସଂଖ୍ୟା କମି ଚାଲିଛି ।

BADMINTON

ଗତ ୪ଟି ଏସୀୟ କ୍ରୀଡ଼ାରେ ଭାରତର ଯେତିକି ସଂଖ୍ୟାରେ ଖେଳାଳିଙ୍କୁ ନେଇଛି ତାର ମାତ୍ର ଦଶ ପ୍ରତିଶତ ପଦକ ହାସଲ କରିବାକୁ ସମର୍ଥ ହୋଇଛି । ୨୦୦୨ ବୁସାନ୍‌ କ୍ରୀଡ଼ାରେ ଭାରତର ୬୫୦ ଜଣ ଖେଳାଳି ଭାଗ ନେଇଥିଲେ । ହେଲେ ପଦକ ସଂଖ୍ୟା ଥିଲା ୧୦ ପ୍ରତିଶତରୁ କମ୍‌ । ତେବେ ସବୁଠାରୁ ନୈରାଶ୍ୟଜନକ ଥିଲା ୧୯୯୦ ମସିହାରେ ବେଜିଂ ଏସୀୟ କ୍ରୀଡ଼ା । ଏହି ଏକାଦଶ ସଂସ୍କରଣରେ ଭାରତ ୧୧ ନମ୍ବରରେ ରହିଥିଲା । ମିଳିଥିଲା ଗୋଟିଏ ସ୍ୱର୍ଣ୍ଣ ସମେତ ମୋଟ୍‌ ୨୩ଟି ପଦକ । ଆଉ ଏଥର ଜାକର୍ତ୍ତାରେ ଆଶା କରାଯାଉଛି ୬୫ରୁ ୭୦ ପଦକ ଭାରତ ହାତକୁ ଆସିବ । ଯାହା ୧୨ ପ୍ରତିଶତ । ଲୋକସଂଖ୍ୟାରେ ଜୀନ୍‌ ପରେ ଭାରତର ସ୍ଥାନ ରହିଛି । ହେଲେ ଖେଳରେ ଚୀନ୍‌ଠାରୁ ବହୁ ପଛରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.