Below header

ମଝି ଆକାଶରେ ଯାତ୍ରୀଙ୍କୁ ହୃଦ୍‍ଘାତ, ଭୁବନେଶ୍ବରରେ ଜରୁରୀ ଅବତରଣ କଲା ବିମାନ କିନ୍ତୁ ରହିଲାନି ଜୀବନ

କେନ୍ୟୁଜ୍(ବ୍ୟୁରୋ):ବିମାନରେ ଯିବା ସମୟରେ ଯାତ୍ରୀଙ୍କ ହୃଦ୍‍ଘାତ,ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। କୋଲକତାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନରେ ପରିବାର ୪ ଜଣ ସଦସ୍ୟଙ୍କ ସହ ଯାତ୍ରା କାରୁଥିଲେ ୫୯ ବର୍ଷୀୟ ଜୟବ୍ରତ ଘୋଷ।  ଆକାଶ ମାର୍ଗରେ ତାଙ୍କର  ହୃଦ୍‍ଘାତ ହୋଇଥିଲା। ବିମାନରେ ଥିବା ଆପୋଲୋର ଡାକ୍ତର ତାଙ୍କୁ  ପ୍ରଥମିକ ଚିକିତ୍ସା କରିବା ପରେ ଜାଣିବାକୁ ପାଇଥିଲେ ତାଙ୍କୁ  କାଡିଏକ୍ ଆରେଷ୍ଟ  ବା ହୃଦ୍‍ଘାତ ହୋଇଛି।

ତୁରନ୍ତ ଯାତ୍ରୀ ଜଣଙ୍କୁ ଏକ ଡାକ୍ତରଖାନାରେ ଆଡମିଟ କରିବା  ପାଇଁ କହିଥିଲେ । ବିମାନକୁ ଯଥା ଶୀଘ୍ର  ଭୁବନେଶ୍ବରରେ ଜରୁରୀ ଅବତରଣ କରିବା ପାଇଁ ଭୁବନେଶ୍ବର ବିମାନମନ୍ଦର ସିଗନାଲ ଅପରେଟରଙ୍କୁ ସୂଚନା ଦେଇଥିଲେ ପାଇଲଟ୍ । ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ତୁରନ୍ତ ରନୱେ ଫାଙ୍କା କରି ଇଣ୍ଡିଗୋ ବିମାନ ଅବତରଣକୁ ସିଗନାଲ ଦେଇଥିଲେ । ପରେ  ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରି ଅସୁସ୍ଥ ଯାତ୍ରୀଙ୍କୁ  ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ  ଆଣିଥିଲେ ନେଇଥିଲେ। କିନ୍ତୁ  ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.